ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

0
41

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା ଜେଡ଼ିୟୂ ସାଂସଦ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଉପା ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦ ପରାସ୍ତ ହୋଇଛନ୍ତି । ଭୋଟିଂ ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହା ଘୋଷଣା କରିଛନ୍ତି । ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଉପରାଷ୍ଟ୍ରପତିଙ୍କ ସମେତ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟସଭାରେ ଶ୍ରୀ ସିଂହଙ୍କୁ ସ୍ୱାଗତ କରିଥିଲେ ।

ପ୍ରଥମ ଦଫା ଭୋଟରେ ୨୦୬ ଖଣ୍ଡ ଭୋଟ ପଡ଼ିଥିଲା । ହରିବଂଶଙ୍କ ସପକ୍ଷରେ ୧୦୫ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୮୯ ଜଣ ଭୋଟ ଦେଇଥିଲେ । ୨ ଜଣ ଅନୁପସ୍ଥିତ ରହିଥିଲେ । ତେବେ କେତେକ ସାଂସଦ ଭୋଟ ଦେଇପାରିନଥିବା ଜଣାପଡ଼ିଥିଲା । ଫଳରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦ୍ୱିତୀୟ ଥର ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ଦ୍ୱିତୀୟ ଥର ଭୋଟିଂ ବେଳେ ୨୨୨ ସାଂସଦ ଭୋଟ ଦେଇଥିଲେ । ଯେତେବେଳେକି ୨ ଜଣ ଅନୁପସ୍ଥିତ ରହିଥିଲେ । ଭୋଟିଂରେ ହରିବଂଶଙ୍କ ସପକ୍ଷରେ ୧୨୨ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୯୮ ଖଣ୍ଡ ଭୋଟ ପଡ଼ିଥିଲା ।

ତେବେ ଚୂଡ଼ାନ୍ତ ଫଳାଫଳ ସମ୍ପର୍କରେ ଘୋଷଣା କରି ରାଜ୍ୟସଭା ଅଧ୍ୟକ୍ଷ କହିଲେଯେ, ହରିବଂଶଙ୍କ ସପକ୍ଷରେ ୧୨୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ିଛି । ତେଣୁ ସେ ହରିବଂଶଙ୍କୁ ନିର୍ବାଚିତ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here