ଦୁର୍ବଳ ହେଉଛି ଲଘୁଚାପ: ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

0
30

ଭୁବନେଶ୍ୱର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏଥିଯୋଗୁ ମଙ୍ଗଳବାର ରାତିଠାରୁ ଉପକୂଳବର୍ତ୍ତୀ ଜିଲାରେ ବର୍ଷା ପରିମାଣ ହ୍ରାସ ପାଇଛି। ଲଘୁଚାପ ସହିତ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଝାରସୁଗୁଡା, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗିରୀ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ଯୋଗୁ ସମୂଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ପରିମାଣ ହ୍ରାସ ପାଇଥିବାରୁ ରାଜ୍ୟରେ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here