ଦେଶ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ମୋ ପୁଅକୁ ଫାଶୀ ଦିଅ

0
25

କେନ୍ଦ୍ରାପଡ଼ା: ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୋଡ଼ା ମୀରମହଲା ଗ୍ରାମର ହରିବୁର ରହେମାନ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ନେଇ ଏନ‌୍‍.ଆଇ.ଏ. ଗିରଫ କରିବା ପରେ ତା’ର ବାପା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏ ଦେଶ ଆମର ଯଦି ମୋ ପୁଅ ହରିବୁର ରହେମାନ ଦେଶ ବିରୋଧି କାର୍ଯ୍ୟ କରିଛି, ତାହା ହେଲେ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ।

ମଙ୍ଗଳବାର ୮୧ବର୍ଷ ବୟସ୍କ ବୃଦ୍ଧ ବାପା ମୀର‌୍‍ ଅଇନୁଦ୍ଦିନଙ୍କୁ ପୁଅ ହବିବୁର ବିଷୟରେ ପଚାରିବାରୁ ସେ ଦୁଃଖ ପ୍ରକାଶ କରି ଏହି ପ୍ରତିକ୍ରିୟା ରଖିଥିଲେ ଯେ, ମୋର ୬ ଝିଅ ଓ ୩ ପୁଅ ମଧ୍ୟରୁ ହବିବୁର ବଡ଼ ପୁଅ। ୨୦୦୪ ମସିହାରେ ହଜ କରିବା ପାଇଁ ସାଉଦୀ ଆରବ ଯାଇଥିବାବେଳେ ମକାଠାରେ ତା’ର ଦେଖା ହୋଇଥିଲା। ସେ ଦ୍ୱିତୀୟ ବିବାହ କରିଥିବା ନେଇ ମୁଁ ଜାଣିବା ପରେ ବିରକ୍ତ ପ୍ରକାଶ କରିଥିଲି ଏବଂ ଘରକୁ ଆସିବା ପାଇଁ କହିଥିଲି। ତା’ର ସାନଭାଇ ବାହାଘର ୨୦୦୬ ମସିହାରେ ହେଲାବେଳେ ସେହି ସମୟରେ ସେ ଥରେ ମାତ୍ର ଘରକୁ ଆସିଥିଲା। ତା ପର ଠାରୁ ସେ ଘରକୁ ଆସୁନାହିଁ।

ମୁଁ ଦୀର୍ଘ ୩୪ ବର୍ଷ ଟେଲକୋ କମ୍ପାନୀରେ ଚାକିରି କରିବା ପରେ ଅବସର ନେଇଛି। ମୋ ଆଉ ୨ ପୁଅ ଅତାଉର ରହେମାନ ଯିଏ କି ସାଉଦୀ ଆରବରେ ଥିଲେ ଏବେ ସେ ଗାଁରେ ଡ୍ରାଇଭର ଭାବେ କାର୍ଯ୍ୟକରୁଛି। ସାନପୁଅ ଜିଆଉର ରହେମାନ ଯିଏକି ବର୍ତମାନ ରିୟାଦରେ କାର୍ଯ୍ୟରତ। ଗତ ୮ମାସ ତଳେ ଏନ‌୍‍.ଆଇ.ଏ ଟିମ‌୍‍ ପାଟକୁରା ଥାନାକୁ ଆସି ମୋ ପରିବାର ଏବଂ ମୋର ଅନ୍ୟ ୨ ପୁଅଙ୍କୁ ହବିବୁର ରହେମାନ ବିଷୟରେ ସବିଶେଷ ପଚାରି ବୁଝିଥିଲେ। ଏହାର ୧ ମାସ ପରେ ମୋ ଏହି ଦୁଇ ପୁଅଙ୍କୁ ଏନ‌୍‍.ଆଇ.ଏ ଦିଲ୍ଲୀକୁ ଡକାଇ ପୁର୍ନବାର ଆତଙ୍କବାଦୀ ହବିବୁର ବିଷୟରେ ପଚରା ଉଚରା କରିବା ସହ ଦୁଇ ଭାଇଙ୍କ ଫୋନ‌୍‍ ନମ୍ୱର ରଖିଥିଲେ। ପରବର୍ତ୍ତୀ ସମୟରେ ମୋ ସାନ ପୁଅକୁ ରିୟାଦ ଯିବାକୁ ଅନୁମତି ଦେଇଥିଲେ। ଆତଙ୍କବାଦୀ ହବିବୁର ପ୍ରଥମେ ରାଉରକେଲାରେ କାର ଡେଂଟି କାମ ଶିଖି ବମ୍ୱେ ପଳାଇଥିଲା। ସେଠାରେ ୧୦ /୧୫ ବର୍ଷ ରହିବା ପରେ ୧୫ବର୍ଷରୁ ଉର୍ଦ୍ଧ୍ୱ ଧରି ସେ ବିଦେଶରେ ରହି ଆସୁଛି।

ତାର ଏହି ଦେଶ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ନେଇ ଜଣାପଡ଼ିବା ପରେ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ତା’ର ବାପା ଅଇନୁଦ୍ଦିନ ଦେଶ ବିରୋଧି କାର୍ଯ୍ୟ ଏକ ଜଘନ୍ୟ ଅପରାଧ ଯଦି ସେ ଏଥିରେ ଲିପ୍ତ ଥାଏ ତାହା ହେଲେ ତାକୁ ଫାଶୀ ଦିଅ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here