ପରିବହନ ଧର୍ମଘଟ: ଗଡୁନି ବସ୍‌, ଟ୍ରକ୍‌, ଟ୍ୟାକ୍ସି

0
54

ଭୁବନେଶ୍ୱର: ସାରା ଦେଶରେ ମଙ୍ଗଳବାର ୨୪ଘଣ୍ଟିଆ ପରିବହନ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍‌ ଆକ୍ଟରେ ସଂଶୋଧନ ପାଇଁ ଆଣିଥିବା ବିଲ୍‌କୁ ବିରୋଧ କରି ପରିବହନ ଶ୍ରମିକ ସଙ୍ଗଠନ ଏହି ଆନ୍ଦୋଳନ ଆହ୍ବାନ ଦେଇଛି। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଦେଇଥିବାରୁ ଏଥିପାଇଁ ଦେଶବ୍ୟାପୀ ଅଟୋ, ଟ୍ୟାକ୍ସି, ବସ୍‌, ଟ୍ରକ, ଟ୍ୟାଙ୍କର ଆଦି ପରିବହନ ଯାନ ଚଳାଚଳ ବନ୍ଦ ରହିବ। ଓଡ଼ିଶାରେ ମଧ୍ୟ ଏହାକୁ ସମର୍ଥନ ମିଳିଛି। ଅଲ୍‌ ଓଡିଶା ଟ୍ରାନ୍ସପୋର୍ଟ ଓ୍ବାର୍କର୍ସ ଫେଡେରେଶନ ଓ ଅଟୋ ଟ୍ୟାକ୍ସି ଆସୋସିଏଶନ ସମେତ ଟ୍ରକ ମାଲିକ ସଂଘ, ଘରୋଇ ବସ ମାଲିକ ସଂଘ ଓ ଟ୍ୟାଙ୍କ୍‌ଲରୀ ମାଲିକ ସଂଘ ଏହି ବିଲ୍‌କୁ ବିରୋଧ କରିବା ସହ ଧର୍ମଘଟକୁ ପୂଣ୍ଣର୍ର୍ ସମର୍ଥନ ଜଣାଇଛନ୍ତି। ଧର୍ମଘଟକୁ ସଫଳ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ସକାଳ ୬ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଅଟୋ ଏବଂ ଟ୍ୟାକ୍ସିଗୁଡ଼ିକରେ ଯାତ୍ରୀ ଓ ମାଲ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ଭୁବନେଶ୍ୱରରେ ଟ୍ୟାକ୍ସି ଏବଂ ଅଟୋରିକ୍ସା ଚଳାଚଳ ସକାଳ ୬ଟାରୁ ରାତି ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅପରପକ୍ଷରେ ଫାୟାର ବ୍ରିଗେଡ, ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଓ ବ୍ୟକ୍ତିଗତ ଯାନଗୁଡିକ ଧର୍ମଘଟରୁ ବାଦ୍‌ ଦିଆଯାଇଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥା ଓଲା ଓ ଉବେର ରାଜଧାନୀରେ ଟ୍ୟାକ୍ସି ସେବା ପ୍ରଦାନ କରିବେ ବୋଲି ଜଣାଇଛନ୍ତି। ଯଦି ଦୃଢ ବିରୋଧ କରାଯାଏ ତେବେ ସେବା ବନ୍ଦ ହେବାର ସମ୍ଭବନା ରହିଛି ବୋଲି ଦୁଇ ସଂସ୍ଥା ପକ୍ଷରୁ ସୂଚନା ମିଳିଛି।
ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା ଏହି ପରିବହନ ଶ୍ରମିକ ଧର୍ମଘଟ ଡାକରାକୁ ସଫଳ କରିବାକୁ ଅଲ୍‌ ଓଡିଶା ଟ୍ରାନ୍ସପୋର୍ଟ ଓ୍ବାର୍କର୍ସ ଫେଡେରେଶନ ସଭାପତି ଜନାର୍ଦ୍ଦନ ପତି ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜନବିରୋଧୀ ବିଲ୍‌ ବିଲ୍‌କୁ ପାର୍ଲାମେଣ୍ଟର ଉଭୟ ଗୃହରେ ଅନୁମୋଦନ ମିଳିଲେ ମୋଟର ପରିବହନ ବ୍ୟବସ୍ଥା ଆଉ ରାଜ୍ୟ ସରକାରଙ୍କ ହାତରେ ରହିବ ନାହିଁ। ରୋଡ୍‌ ପରମିଟ୍‌, ଟୋଲ ଆଦାୟ, ମୋଟର ଟ୍ୟାକ୍ସ, ଫିଟ୍‌ନେସ୍‌, ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସମସ୍ତେ କର୍ପୋରେଟ୍‌ ହାଉସ୍‌ ଉପରେ ନିର୍ଭର କରିବେ। ଦେଶରେ ମୋଟର ଯାନ ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକ ଜୀବିକା ହରାଇବେ। ଏନେଇ ସଂଘ ଦାବି କରିଛି ଯେ ଦୁର୍ଘଟଣାକୁ ଏଡାଇବା ନେଇ ରାସ୍ତା ପ୍ରଶସ୍ତ କରାଯାଉ ଓ ଚାଲିବା ଏବଂ ଦୁଇ ଚକିଆଯାନ ପାଇଁ ସ୍ବତନ୍ତ୍ର ଟ୍ରାକ କରାଯାଉ। ପରିବହନ ଶ୍ରମିକଙ୍କ କଲ୍ୟାଣ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଉ ବୋଲି ପତି ଦାବି ରଖିଛନ୍ତି

LEAVE A REPLY

Please enter your comment!
Please enter your name here