ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

0
34

ଭୁବନେଶ୍ବର:ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ପ୍ରତିବାଦ କରି ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଟେକ୍ ମେଡ୍ ହେଲ୍ଥ କେୟାର ଓ ଡାଇଗ୍ନୋଷ୍ଟିକ୍ ରାଜ୍ୟ ସରକାରଙ୍କ ନିଦାନ ସେବା ସହ ଚୁକ୍ତିନାମା କରି ପିପିପି ମୋଡ୍ରେ କାର୍ଯ୍ୟକାରୀ କରୁଛି । ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବୀ ଖାଲି ଥିଲେ ମ୍ମ ଶିକ୍ଷିତ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତିରୁ ବଂଚିତ ହେଉଛନ୍ତି । ନିଦାନ ସେବା ସ୍ୱୟଂଚାଳିତ ଭାବେ କାର୍ଯ୍ୟ ନ କରିବା ପାଇଁ ଓ ସରକାରୀ ଡାକ୍ତରଖାନାଗୁଡିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ୨୦୧୮-୧୯ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ବାର୍ଷିକ କୋର୍ଷକୁ ବାତିଲ କରିବା ଦାବିରେ ଆଜି ପୂର୍ବାହ୍ନରେ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ତିନିଗୋଟି ମେଡିକାଲ କଲେଜର ଶତାଧିକ ଡିଏମ୍ଏଲ୍ଟି ଓ ଡିଏମ୍ଆରଟି ଛାତ୍ର ଛାତ୍ରୀ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ଦେଶ୍ୟରେ ଯାଇଥିଲେ । ରାଜମହଲ ଛକ ନିକଟରେ ପୋଲିସ ବାଧା ଦେବାରୁ ଧସ୍ତାଧସ୍ତି ହୋଇଥିଲା ଓ ଇତିଶ୍ ପ୍ରଧାନଙ୍କ ସମେତ ବହୁ ଛାତ୍ରନେତା ଗିର‘ ହୋଇଥିଲେ । ଉପରୋକ୍ତ ଦାବିଗୁଡିକ ସାତ ଦିନ ମ୍ମରେ ରାଜ୍ୟ ସରକାର ପୂରଣ ନକଲେ ନବୀନ ନିବାସ ଘେରାଉ କରାଯିବ ବୋଲି
ଶ୍ରୀ ପ୍ରଧାନ କହିଥିଲେ । ପ୍ରକାଶଥାଉକି ଡିଏମ୍ଏଲ୍ଟି ଓ ଡିଏମ୍ଆରଟି ଛାତ୍ରଛାତ୍ରୀମାନେ ସେମାନଙ୍କର ବହୁବିଧ ସମସ୍ୟା ଉପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସମସ୍ୟାର ନିରାକରଣ ଉପରେ ଆଲୋକପାତ କରିବା ସହ ତାଙ୍କର ପରାମର୍ଶ ଲୋଡିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ଅଭିଷେକ ପରିଡା, ଅମରେନ୍ଦ୍ର ଶ୍ରୀଚନ୍ଦନ, ସତ୍ୟଜିତ୍ ମହାନ୍ତି, ଅକ୍ଷୟ ମଲ୍ଲ, ଦୁର୍ଗାମାଧବ ମହଲା, ସତ୍ୟପ୍ରକାଶ ପଣ୍ଡା, ଏମ୍. ଉମେର ଆଲମ୍, ସୌମ୍ୟରଞ୍ଜନ ବେହେରା, ଜୟନ୍ତ କୁମାର ଜେନା, ଭବାନୀ ଶଙ୍କର ମହାନ୍ତି, ରାହୁଲ ବିଶ୍ୱାଳ, ସ୍ୱତନ୍ତ୍ର ପଟ୍ଟନାୟକ, ଶିବା ମଲ୍ଲିକ, ଅଜୟ ମହନ୍ତ, ଏମ୍.ଡି. ଫିରୋଜ ଅଲ୍ଲୀଙ୍କ ସମେତ ବହୁ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here