ଅଣ୍ଡା ପ।ଇଁ ଭୁଲ୍ ଫଣ୍ଡ। ଆପଣୋଉଛନ୍ତି ଶିକ୍ଷକ

0
48

ଆନନ୍ଦପୁର: ମଧ୍ୟାହ୍ନ ଭୋଜନପାଇଁ ଶିକ୍ଷକମାନେ ଏବେ ଘାଣ୍ଟି ଚକଟି ହେଉଥିବା ଦେଖିବାକୁ ମିଳୁଛି । ଏଣେ ଶିକ୍ଷକମାନଙ୍କ କାନ୍ଧରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଲଦି ଦେଇ ପରୋକ୍ଷରେ ସେମାନଙ୍କୁ ହଇରାଣ କରାଯିିବା ଘଟଣା ଶିକ୍ଷକ ମହଲରେ ଅସନ୍ତୋଷର ଦାନା ବାନ୍ଧିବାକୁ ବସିଛି । ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟସ୍ତ ରହୁଥିବା ବେଳେ ପାଠପଢା ବ୍ୟାହତ ହେବା ଯୋଗୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ଏହାର ଏକ ନମୁନା ଦେଖିବାକୁ ମିଳିଛି ଅଣ୍ଡା କିଣା ଘଟଣାରେ । ସରକାର ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଦୁଇ ଦିନ ଅଣ୍ଡା ଯୋଗାଇ ଦେଉଛନ୍ତି । ଅଣ୍ଡା ବାବଦରେ ସରକାର ୪ ଟଙ୍କା ୭୫ ପଇସା ଦେଉଥିବା ବେଳେ ବଜାରରୁ ୫ ଟଙ୍କା ୭୫ ପଇସାରେ କିଣିବାକୁ ପଡ଼ୁଛି । ଏହି କ୍ଷତିକୁ ଭରଣା ପାଇଁ ଶିକ୍ଷା ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉନଥିବା ବେଳେ ଏବେ ଏହି ଅଣ୍ଡା ଶିକ୍ଷକଙ୍କ ମୁଣ୍ଡରେ ବୋଝ ପାଲଟିଛି । କେନ୍ଦୁଝର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଡିଏଫ୍ଏମ୍ ଯୋଜନାରେ ସପ୍ତାହକୁ ୪ଟି ଅଣ୍ଡା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ ହୋଇଛି । ଏଥିରେ ଅଣ୍ଡା ଗୋଟିକୁ ୪ ଟଙ୍କା ୭୦ ପଇସା ଅନୁଦାନ ଯୋଗାଇ ଦିଆଯାଇଛି । ଫଳରେ ଅବଶିଷ୍ଟ ଆଉ ୧ଟଙ୍କା ୫ ପଇସା କିଭଳି ଭରଣା ହେବ ତାହାକୁ ନେଇ ଶିକ୍ଷକ ସମୁଦାୟ ଚିନ୍ତିତ । ସୂଚନାରୁ ଜଣାଯାଇଛି ଯେ, ହାଟଡ଼ିହି ବ୍ଲକରେ ୨୯୩ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ୨୦ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ସରକାରଙ୍କ ନିଦେ୍ର୍ଦଶ କ୍ରମେ ସପ୍ତାହର ଦୁଇ ଦିନ ଅଣ୍ଡା ଦେବାର କାର୍ଯ୍ୟକ୍ରମ ଥିଲା । ସେତେବେଳେ ଅଣ୍ଡାର କ୍ଷତିକୁ ଭରଣା କରିବା ପାଇଁ ଶିକ୍ଷକମାନେ ଅଧିକ ଉପସ୍ଥାନ ପକାଇ ପ୍ରଶାସନକୁ କାଗଜ କଲମରେ ଦର୍ଶାଇ କ୍ଷତିର ଭରଣା କରୁଥିଲେ । ଏହା ମଧ୍ୟ ଅଧିକାରୀମାନେ ଜାଣୁଥିଲେ । ଏବେ ଡିଏମ୍ଏଫ୍ ଯୋଜନାରେ ସପ୍ତାହକୁ ୪ ଦିନ ଅଣ୍ଡା ଯୋଗାଇ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫଳରେ ସପ୍ତାହରେ ମୁଣ୍ଡ ପିଛା ୪ ଟଙ୍କା ୨୦ ପଇସା କ୍ଷତି ସହିବାକୁ ହେବ । ତା ଛଡ଼ା ଅଣ୍ଡା ଫାଟିବା ଓ ନଷ୍ଟ ହୋଇଯିବାର ମଧ୍ୟ ଆଶଙ୍କା ରହିଛି । ଏହାକୁ ହିସାବ କଲେ ଅଣ୍ଡା ପିଛା ୧ ଟଙ୍କା ୫୦ ପଇସା କ୍ଷତି ହେବ ବୋଲି ଆକଳନ କରାଯାଇଛି । ସରକାର ଏବଂ ଜିଲ୍ଲା ପ୍ରଶାସନ ତାଙ୍କ ଇଚ୍ଛା ମୁତାବକ ଅଣ୍ଡାର ମୂଲ୍ୟ ହିସାବ କରୁଥିବା ବେଳେ ବଜାର ଦର ପ୍ରତି ଧ୍ୟାନ ଦେଉନାହାନ୍ତି । ଫଳରେ ପରୋକ୍ଷରେ ଶିକ୍ଷକମାନଙ୍କୁ ଦୁର୍ନୀତି କରିବାକୁ ପ୍ରୋତ୍ସାହିତ କରାଯାଉଛି । ଅନ୍ୟପଟେ ଯୋଗାଇ ଦେଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତାରେ ୫୦ କେଜି ଚାଉଳ ଆସୁଥିବା ଖାତାରେ ଲେଖାଯାଉଥିବା ବେଳେ ପ୍ରକୃତରେ ୪୫ ରୁ ୪୭ କେଜି ରହୁଛି । ଏଥିପ୍ରତି ବିଭାଗ ପ୍ରଶାସନ ଚାଉଳ ଯୋଗାଣକାରୀ ବିରୋଧରେ କୌଣସି ପଦକ୍ଷେପ ନେଉ ନଥିବାବେଳେ ଏନେଇ ଶିକ୍ଷକ ସମାଜ ମାନସିକ ଚାପରେ ରହୁଥିବା ଅଭିଯୋଗ ହେଉଛି

LEAVE A REPLY

Please enter your comment!
Please enter your name here