ମରଣ ମୁହଁରୁ ବର୍ତ୍ତିଗଲେ ୬୦ ବୋଲବମ୍ ଯାତ୍ରୀ

0
41

ଭଦ୍ରକ: ରାଣୀତାଲ ଛାତ୍ର ମୃତୁ୍ୟ ଦୁର୍ଘଟଣା ପରେ ତଥାପି ବି ଚେତୁ ନାହାନ୍ତି ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା । ପ୍ରତିଦିନ ହଜାର ହଜାର ଗାଡି ଯାତାୟାତ କରୁଥିବା ୧୬ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା । ଆଜି ଏହି ରାସ୍ତା ମଝିରେ ଗାଡ ପାଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ବାହାର ରାଜ୍ୟର ତୀର୍ଥଯାତ୍ରୀ ।
ରବିବାର ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ୬ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ମିଳିଛି । ଭଦ୍ରକ ଜିଲ୍ଲା ଦେଇ ପୁରୁଣା ୫ନଂ ଏବେକାର ୧୬ ନଂ ନାମିତ ଜାତୀୟ ରାଜପଥ ଗଡି ଯାଇଛି । ଏହି ଜାତୀୟ ରାଜପଥ ରାଣୀତାଲ ଠାରୁ ଭଣ୍ଡାରିପୋଖରୀ ଯାଏଁ ଭଦ୍ରକ ଜିଲ୍ଲାରେ ଗତି କରିଛି । ତେବେ ୩୦ କିଲୋମିଟର ରାସ୍ତା ଜାତୀୟ ରାଜପଥ ମଧ୍ୟରେ ୧୪ଟି ସ୍ଥାନ ଡେଞ୍ଜର ଟ୍ରାଫିକ ଜୋନ ଭାବେ ପରିଚିତ । ଯଥା – ରାଣୀତାଲ, ଚରମ୍ପା, ଡାହାଣିଗଡିଆ ଛକ, ନୂଆ ବସଷ୍ଟାଣ୍ଡ ଛକ, ମୋଟେଲ ଛକ, ଭଦ୍ରକ କଲେଜ ଛକ, ବନ୍ତ ଛକ, ଗେଲପୁର ଛକ, ନଳାଙ୍ଗ ଛକ, ବାରିକପୁର ଛକ, ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଛକ ଏବଂ ଛତାବର ଛକ ସହିତ ଏବେ ଯୋଡି ହୋଇଯାଇଛି ଜାତୀୟ ରାଜପଥ ଉପରେ ଧାମରା ରେଳପଥ କ୍ରସ କରିଥିବା ସ୍ଥାନ । ଏହିସବୁ ଡେଞ୍ଜର ଜୋନରେ ଜିଲ୍ଲା ପୁଲିସ ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ବେଫିକର । ଏହି ସବୁ ସ୍ଥାନରେ ୫ ବର୍ଷରେ ୧୦୦ରୁ ଅଧିକ ଲୋକ ଗାଡି ଚକାତଳେ ଜୀବନ ଦେଲେଣି । ଖାଲି ସେତିକି ନୁହଁ – ଏହି ରାସ୍ତାରେ ଗାଡି ମୋଟର ପାରି ହେବା ବେଳେ ଜାତୀୟ ରାଜପଥ ବୋଲି ଏହି ରାସ୍ତାକୁ ଭାବିବା ଅନୁଚିତ । କାରଣ ଏହା ଗାଁ ରାସ୍ତା ଠାରୁ ଆହୁରି ହୀନ ହୋଇଗଲେଣି । ବିଶେଷ କରି ଭଦ୍ରକ-ବନ୍ତ ଛକ ଠାରୁ ବାରିକପୁର ପର୍ଯ୍ୟନ୍ତ ରାସ୍ତା ଜାତୀୟ ରାଜପଥ ନୁହଁ ଗ୍ରାମୀଣ ପୂର୍ତ୍ତ ବିଭାଗ ରାସ୍ତା ଭଳି ଅବସ୍ଥା ସୃଷ୍ଟି ହୋଇଛି । ରବିବାର ରାତିରେ ଉତ୍ତରପ୍ରଦେଶ ରୁ ୬୦ ରୁ ଅଧିକ ବୋଲବୋମ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ବସ୍ଟି ଜାତୀୟ ରାଜପଥର ଗାଡ଼ ମଧ୍ୟରେ ପଡ଼ି ବର୍ତ୍ତିଯିବା ପରେ କେବଳ ଓଁ ନମଃ ଶିବାୟରେ ତ୍ରାହି ତ୍ରାହି ଡାକୁଥିଲେ ।

LEAVE A REPLY

Please enter your comment!
Please enter your name here