ସୁକମାରେ ପୁଲିସ ଏନକାଉଂଟରରେ ୧୪ ମାଓବାଦି ମୃତ

0
33

ଭୁନନେଶ୍ୱର: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ବୋଲାପାରି ଜଙ୍ଗଲରେ ପୁଲିସକୁ ବଡ଼ ସଫଳତା ମିଳିଛି । ଛତିଶଗଡ଼ ପୁଲିିସ ଏନକାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୁକମା ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ସହିଦ ସପ୍ତାହ ଅବସରରେ ମେଳି ବାନ୍ଧିଥିବା କୌଣସି ସୂତ୍ରରୁ ଛତିଶଗଡ଼ ପୁଲିସ ଖବର ପାଇଥିଲେ । ପ୍ରାୟ ୪୦ରୁ ୫୦ ମାଓବାଦୀ ଥିବା ଜାଣିବା ପରେ ପୁଲିସ ଓ ଯବାନମାନେ ମିଶି ମାଓବାଦୀଙ୍କୁ ଘେରାଉ କରି ଅତର୍କିତ ଚଢ଼ାଉ କରିଥିଲେ । ଏହି ଏନକାଉଣ୍ଟରରେ ଘଟଣାସ୍ଥଳରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନେକ ମାଓବାଦୀ ଆହତ ହୋଇଥିବା କୁହାଯାଉଛି । ସେମାନଙ୍କ ଭିତରୁ କେତେକଙ୍କ ଅବସ୍ଥା ଗୁରୁତର ଥାଇପାରେ । କିନ୍ତୁ ଆହତ ମାଓବାଦୀମାନଙ୍କୁ ତାଙ୍କ ସାଥୀମାନେ ଘଟଣାସ୍ଥଳରୁ ନେଇ ଯାଇଛନ୍ତି । ଘଟଣାସ୍ଥଳରେ ବିପୁଳ ପରିମାଣର ମାଓସାମଗ୍ରୀ, ବନ୍ଧୁକ ପ୍ରଭୃତି ପଡ଼ି ରହିଥିବା ଦେଖାଯାଇଛି । ପୁଲିସ ସେସବୁ ଜବତ କରିଛି । ବିଭିନ୍ନ ସମୟରେ ମାଓବାଦୀ-ପୁଲିସ ଓ ଯବାନ ମୁହାଁମୁହିଁ ହୋଇଥାନ୍ତି । ଅନେକ ଯବାନ ଓ ପୁଲିସ ମାଓବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏଥର ପୁଲିସକୁ ବଡ଼ ସଫଳତା ମିଳିଛି । ଉକ୍ତ ଜଙ୍ଗଲରେ ପୁଲିସ ଓ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here