ପୁଣି ଆତଙ୍କବାଦୀ ଲିଙ୍କରେ ଓଡ଼ିଆ ଯୁବକ ଗିରଫ

0
50

ଭୁବନେଶ୍ୱର : ଆତଙ୍କବାଦୀ ଲିଙ୍କରେ ଜଣେ ଓଡ଼ିଆ ଯୁବକକୁ ଗିରଫ କରାଯାଇଛି । ଆତଙ୍କବାଦୀକୁ ସାହାଯ୍ୟ କରୁଥିବା ଅଭିଯୋଗରେ ତାକୁ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଛି । ଆତଙ୍କବାଦୀ ଲିଙ୍କ ଥିବା ଉକ୍ତ ଯୁବକର ନାମ ହବିବୁର ରହମାନ । ତା’ଘର କେନ୍ଦ୍ରାପଡ଼ା ବୋଲି ଜାଣିବାକୁ ମିଳିଛି । ହବିବୁର ରିଆଦରେ ରହୁଥିଲା । ତେବେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନଇମକୁ ହବିବୁର ସାହାଯ୍ୟ କରି ଆସୁଥିଲା । ନଇମକୁ ଲୁଚାଇବା ଓ ଟଙ୍କା ଦେବା କାମ କରୁଥିଲା । ୨୦୧୪ରେ ନଇମ ପୁଲିସ ହାତରେ ଖସି ଯାଇଥିବାବେଳେ ୨୦୧୭ରେ ଗିରଫ ହୋଇଥିଲା । ନଇମ ଆତଙ୍କବାଦୀ ଆକ୍ରମଣ ପାଇଁ ସ୍ଥାନ ଖୋଜୁଥିବାବେଳେ ହବିବୁର ତାକୁ ସବୁପ୍ରକାର ସହଯୋଗ ଯୋଗାଇ ଦେଇ ଆସୁଥିଲା । ଏନଆଇଏ ପକ୍ଷରୁ ନଇମ ଓ ହବିବୁର ସମେତ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇଛି । ହବିବୁରକୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । ଏନଆଇଏ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ।

LEAVE A REPLY

Please enter your comment!
Please enter your name here