ଆରମ୍ଭ ହେଲା ଇ-ଶିଶୁ ପୋର୍ଟ।ଲ

0
21

ଭୁବନେଶ୍ବର:ଶିଶୁମାନଙ୍କୁ ଏକ ନିରାପଦ ପରିବେଶ ପ୍ରଦାନ ସହିତ ଅନ୍ୟ ଶିଶୁମାନଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ଇ-ଶିଶୁ ସୂଚନା ନାମକ ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

ଇ-ଶିଶୁ ସୂଚନା ଏମ୍ଆଇଏସ୍ ପୋର୍ଟାଲ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି(ଓଏସ୍ସିପିଏସ୍)ର ଏକ ଧ୍ୱଜାଧାରୀ ପ୍ରକଳ୍ପ ।

ଏହି ପ୍ରକଳ୍ପ ସାଧାରଣ ପ୍ରଶାସନ ବିଭାଗର ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ) ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଶିଶୁ ଗୃହ, ଜିଲ୍ଲା ଓ ରାଜ୍ୟସ୍ତରରେ ଶିଶୁ ସୁରକ୍ଷା ସେବା କାର୍ଯ୍ୟାବଳୀକୁ ଏହି “ଇ-ଶିଶୁ ସୂଚନା’ ଡାଟାବେସ୍ ଓ ଅପ୍ଲିକେସନ୍ ସଫ୍ଟୱୟାର ମାଧ୍ୟମରେ ଅନ୍ଲାଇନ୍ରେ ତଦାରଖ କରାଯାଉଛି ।

ଏହାର ମୂଳଲକ୍ଷ୍ୟ ହେଉଛି ତଥ୍ୟ ବିଶ୍ଲେଷଣ କରି ତ୍ୱରିତ ନିଷ୍ପତ୍ତି ନେବା । ଷ୍ଟାଣ୍ଡାର୍ଡ଼ାଇଜ୍ଡ଼ ଡାଟା ଏଣ୍ଟ୍ରି ଓ ରିପୋର୍ଟିଂ ଫର୍ମାଟ ଦ୍ୱାରା ତ୍ରୁଟିଶୂନ୍ୟ ଡାଟା ମିଳିପାରିବ ।

ଏହି ପୋର୍ଟାଲ ଦ୍ୱାରା ଏକ ବୈପ୍ଳବିକ ସ୍ୱୟଂକ୍ରିୟ ସୂଚନା ଆଦାନପ୍ରଦାନ ବ୍ୟବସ୍ଥା ଦ୍ୱାରା ଶିଶୁ ସୁରକ୍ଷା ସେବାର ପର୍ଯ୍ୟାଲୋଚନାକୁ ସହଜ କରିବା । ବିଭିନ୍ନ ସ୍ତରରେ ଖୁବ୍ ଅଳ୍ପ ସମୟରେ ଡାଟାର ପ୍ରକ୍ରିୟାକରଣ ଦ୍ୱାରା ରିପୋର୍ଟ ସୃଷ୍ଟି ସହିତ କର୍ତ୍ତୃପକ୍ଷମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହେବେ ।

ଏହାଛଡା ଏହି ପୋର୍ଟାଲର ବୈଶିଷ୍ଟ୍ୟ ହେଉଛି ନୂତନ ଶିଶୁଗୃହ ଓ ଶିଶୁମାନଙ୍କର ପଞ୍ଜୀକରଣ ସହ ପୂର୍ବରୁ ଥିବା ଶିଶୁଗୃହ ଓ ଶିଶୁମାନଙ୍କର ଡାଟାବେସ୍ର ରକ୍ଷଣାବେକ୍ଷଣ କରିବା । ଏହା ଦ୍ୱାରା ଶିଶୁଗୃହମାନଙ୍କରେ ଦୋହରା ଓ ଜାଲ ନାମଲେଖାକୁ ସହଜରେ ପ୍ରତିହତ କରିହେବ ଏବଂ ଆବଶ୍ୟକ ସ୍ଥଳେ ମାସିକ/ତ୍ରୈମାସିକ ରିପୋର୍ଟ ସୃଷ୍ଟି କରାଯାଇପାରିବ ।

ପ୍ରତି ସଂସ୍ଥା ଶିଶୁମାନଙ୍କ ଆଗମନର ନଥି, ସଂସ୍ଥାରେ ସେମାନଙ୍କର ରହଣିସଂପର୍କିତ ତଥ୍ୟ, ଶିଶୁମାନଙ୍କ ନିର୍ଗମନ ବିବରଣୀ ଏବଂ ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକଯୁବତୀମାନଙ୍କର ସବିଶେଷ ବିବରଣୀ ସହଜରେ ଜାଣିପାରିବେ ।

ଏଥିସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସମସ୍ତ ସଂସ୍ଥାର ପ୍ରଗତିର ଅନୁଧ୍ୟାନ ସହଜସାଧ୍ୟ ହେବ । ତଥ୍ୟକୁ ଯାଞ୍ଚଞ୍ଚ ଓ ବିଧିମାନ୍ୟ କରିବା ସହ ପ୍ରତିସ୍ତରରେ ତଥ୍ୟ ସଂପର୍କରେ ପ୍ରମାଣ ସୃଷ୍ଟି କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here