ଆନ୍ଧ୍ରରେ ମୃତ ଓଡ଼ିଶା ଶ୍ରମିକିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

0
55

ଭୁନନେଶ୍ୱର: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ କାର୍ଯ୍ୟକରିବାକୁ ଯାଇଥିବା ଶ୍ରମିକମାନେ ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ଏଥିରେ ଓଡ଼ିଶାର ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ କେତେଜଣ ଆହତ ହୋଇଛନ୍ତି । ମୃତହାତମାନେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଆଜି ସେମାନଙ୍କ ଶବ କୁର୍ଣ୍ଣୁଲରୁ ଓଡ଼ିଶା ଆସୁଛି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ସେମାନଙ୍କୁ ନେଇ ଯାଇଥିବା ଓଡ଼ିଶାର ଠିକାଦାରକୁ ଗିରଫ କରାଯାଇଛି । ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଛନ୍ତି । ଏମାନେ କୁର୍ଣ୍ଣୁଲର ଏକ ପଥର ଖାଦାନରେ କାମ କରିବାକୁ ଯାଇଥିଲେ । ରହୁଥିବା ଆଶ୍ରୟସ୍ଥଳୀରେ ହଠାତ ରାତିରେ ବିସ୍ଫୋରଣ ହୋଇଥିଲା । ୧୨ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ମୁଖ୍ୟତଃ ଛତିଶଗଡ଼ ଓ ଓଡ଼ିଶାର ଶ୍ରମିକମାନେ ସେଠାରେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here