ପ୍ରେମିକଙ୍କ ଘର ଆଗରେ ୩ଟି ବାଇକକୁ ପୋଡ଼ି ଦେଲେ ପ୍ରେମିକା

0
20

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକକୁ ଜଣେ ଯୁବତୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସୁନାପଙ୍ଗାର ଦିଲ୍ଲୀପ କୁମାର ନାୟକଙ୍କ ପୁଅଙ୍କ କେ.ନୂଆଗାଁ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ହେଲେ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ ପୋଡ଼ି ଦେଇଥିଲେ । ଯୁବତୀ ଜଣକ ବାଇକ ପୋଡ଼ି ପଳାଉଥିବାବେଳେ ଯୁବକଙ୍କ ପରିବାର ଲୋକେ ଦେଖିଥିବା କହିଛନ୍ତି । ଖବରପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here