କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

0
30

ଭବାନୀପାଟଣା-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡ଼ା ଗାଁରେ ରବିବାର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେ କପା ଚାଷ କରିବା ପାଇଁ ୪ ଲକ୍ଷ ଟଙ୍କା ଋଣ କରିଥିଲେ ବୋଲି ପରିବାର ଲୋକ କହିଛନ୍ତି। ତେଣୁ ସେ ଚାପଗ୍ରସ୍ତ ହୋଇ ଶନିବାର କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନଥିବା ଅବସ୍ଥାରେ ରବିବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here