ସ।ବଧ।ନ: ଜ।ଲ୍ ଭୋଟରକୁ ୱେବସାଇଟ୍‍ ଧରିବ

0
43

ନୂଆଦିଲ୍ଲୀ:ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଦରଜ କରିଥିବା ବ୍ୟକ୍ତିଙ୍କୁ ଏବେ ସହଜରେ ଠାବ କରିହେବ । ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିପାଇଁ ୱେବସାଇଟ୍‍ ପ୍ରସ୍ତୁତ ହୋଇଥିବାବେଳେ ଆସନ୍ତା ସେପ୍ଟେମ୍ବର ମାସରୁ ଏହା କାର୍ଯ୍ୟକାରୀ ହେବ ।

ସୂଚନା ଅନୁଯାୟୀ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା eronet.ecinet.in ୱେବସାଇଟ୍‍ ଦ୍ୱାରା ଯଦି କୌଣସି ବ୍ୟକ୍ତି ଗୋଟିଏ ନାମ କିମ୍ବା ନିଜ ନାଁରେ ସାମାନ୍ୟ ପରିବର୍ତ୍ତନ କରି ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଦରଜ କରିଥିବେ ତେବେ ସିଏ ନିଶ୍ଚିତ ଧରାପଡିବେ । ସଫ୍ଟୱେରରେ ଥିବା ବୈଷୟିକ ବ୍ୟବସ୍ଥା ସେମାନଙ୍କୁ ଅତି ସହଜରେ ଧରିବ ।

ଏପରିକି ଯଦି କୌଣସି ବ୍ୟକ୍ତି ନିଜ ନାଁ ପୂର୍ବରୁ କୌଣସି ଠାରେ ଶ୍ରୀ, ଶ୍ରୀଯୁକ୍ତ ଆଦି ଭିନ୍ନ ଭିନ୍ନ ଶବ୍ଦ ଲଗାଇଥିବେ ତେବେ ତାଙ୍କୁ ଠାବ କରାଯାଇ ପାରିବ । ଭୋଟର ତାଲିକାରେ ଯଦି ଜଣେ ବ୍ୟକ୍ତି ନିଜ ଫଟୋରେ ସାମାନ୍ୟ ପରିବର୍ତ୍ତନ କରି ଏକାଧିକ ସ୍ଥାନରେ ନାମ ଦରଜ କରିଥିବେ ତେବେ ବି ଏହି ସଫ୍ଟୱେର ତାଙ୍କୁ ବି ଚିହ୍ନଟ କରିପାରିବ ।

ଏହି ୱେବସାଇଟ୍‍ରେ ଥିବା ବ୍ୟବସ୍ଥା ଅନୁଯାୟୀ ଦେଶର କୌଣସି ସ୍ଥାନରେ ଦରଜ ହୋଇଥିବା ଗୋଟିଏ ପ୍ରକାର ନାମକୁ ସହଜରେ ଠାବ କରାଯାଇ ପାରିବ । ଥରେ କୌଣସି ବ୍ୟକ୍ତିଙ୍କର ଏକାଧିକ ସ୍ଥାନରେ ନାମ ଥିବା ଜଣାପଡିଲା ପରେ ନିର୍ବାଚନ ଦାୟିତ୍ୱରେ ଥିବା ସ୍ଥାନୀୟ ଅଧିକାରୀ ତାହାର ତଦନ୍ତ କରିବେ ।

ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ଯେଉଁଠାରେ ନାମ ଦରଜ କରିବେ ସେହି ଠିକଣାରେ ସରଜମିନ ତଦନ୍ତ ହେବ । ଦାୟିତ୍ୱରେ ଥିବା ଅଧିକାରୀ ସମ୍ପୃକ୍ତ ଠିକଣାରେ ପହଞ୍ôଚ ତଦନ୍ତ କରିବେ । ସେଠାରେ ଯଦି ସମ୍ପୃକ୍ତ ବ୍ୟକ୍ତି ବାସକରୁଥିବାର ପ୍ରମାଣ ମିଳେ ତେବେ ଅନ୍ୟ ସମସ୍ତ ସ୍ଥାନରେ ଥିବା ତାଙ୍କର ଭୋଟର ତାଲିକା ରଦ୍ଦ କରି ଦିଆଯିବ ।

କେନ୍ଦ୍ରୀୟ ସଂସ୍ଥା ସି-ଡାକ୍‍ ପ୍ରସ୍ତୁତ କରିଥିବା ଏହି ୱେବସାଇଟ୍‍ ସହିତ ଓଡିଶା ସମେତ ଦେଶର କୋଣ ଅନୁକୋଣରେ ଥିବା ନିର୍ବାଚନ ଅଧିକାରୀମାନେ ଯୋଡିହୋଇଯିବେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ବ୍ଲକ ଓ ପଞ୍ଚାୟତ ସ୍ତରରେ ବି ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ମିଳିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆସନ୍ତା ବର୍ଷ ଜାନୁୟାରୀ ୪ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟ ଆରମ୍ଭ ହେବ । ସେହିଦିନ ଚିଠା ତାଲିକା ପ୍ରକାଶ ପାଇବାପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର ଓ ଅକ୍ଟୋବର ଦୁଇମାସ ଧରି ଲୋକେ ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ କରିପାରିବେ ।

ନଭେମ୍ବର ମାସ ମଧ୍ୟରେ ସମସ୍ତ ଆପତ୍ତି ଅଭିଯୋଗର ଫଏସଲା ହେବ । ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ପଞ୍ଜିକରଣ ଲାଗି ଲୋକେ www.nvsp.in ୱେବସାଇଟ୍‍ର ବ୍ୟବହାର କରିପାରିବେ ।

ତେବେ ପୂର୍ବରୁ ୱେବସାଇଟ୍‍ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଏକାଧିକ ଭୋଟର ତାଲିକାରେ ଥିବା ନାମକୁ ଧରିବାରେ ସଫଳତା ମିଳୁନଥିବାବେଳେ ନିର୍ବାଚନ କମିଶନ କାର୍ଯ୍ୟକାରୀ କରିବାକୁ ଯାଉଥିବା ନୂତନ ୱେବସାଇଟ୍‍ ଏଥିରେ ସଫଳ ହେବବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here