ନୀତିଶଙ୍କୁ ସ୍ବାତୀଙ୍କ ଚିଠି: ଶେଲ୍ଟର ହୋମ୍‌ରେ ପ୍ରତିଦିନ ନେତା ଓ ଅଧିକାରୀ ବଳାତ୍କାର କରୁଥିଲେ

0
45

ନୂଆଦିଲ୍ଲୀ: ମୁଜାଫରପୁର ଶେଲ୍ଟର ହୋମ୍‌ରେ ୩୪ ବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଦୁଇ ପୃଷ୍ଠା ସମ୍ବଳିତ ଉକ୍ତ ଚିଠିରେ ସେ ନୀତିଶଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଚିଠିରେ ଲେଖିଛନ୍ତି,‘ସାର୍‌ ଆପଣଙ୍କର କେହି ଝିଅ ନାହାନ୍ତି। ଯଦି ଉକ୍ତ ଆଶ୍ରମରେ ରହୁଥିବା ୩୪ ବାଳିକାଙ୍କ ମଧ୍ୟରୁ କେହି ଜଣେ ଆପଣଙ୍କ ଝିଅ ହୋଇଥାନ୍ତେ, ତାହାଲେ ମଧ୍ୟ କ’ଣ ଆପଣ ଚୁପ୍‌ ରହିଥାନ୍ତେ?’ ଏଥିସହ ସେ କହିଛନ୍ତି ଯେ, ଏହି ଘଟଣା ତାଙ୍କ କାର୍ଯ୍ୟକ୍ଷେତ୍ର ବାହାରେ ଥିଲେ ମଧ୍ୟ ଜଣେ ମହିଳା ହୋଇଥିବାରୁ ସେ ଏହି ଚିଠି ଲେଖିଛନ୍ତି। ସେଠାରେ ୩୪ ବାଳିକାଙ୍କୁ ବାରମ୍ବାର ବଳାତ୍କାର କରାଯାଇଥିବାବେଳେ କେତେଜଣଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିବା ସେ କହିଛନ୍ତି। ଏନ୍‌ଜିଓ ମାଲିକ ବ୍ରଜେଶ ଠାକୁରଙ୍କ ସମେତ କେତେ ଜଣ ନେତା ଓ ଅଧିକାରୀ ପ୍ରତିଦିନ ସେଠାରେ ବଳାତ୍କାର କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଘଟଣାକୁ ୩ ମାସ ବିତିଥିଲେ ମଧ୍ୟ ନୀତିଶ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here