ସରକାରଙ୍କୁ ଏବେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଚିନ୍ତା ଘାରିଲାଣି

0
51

ଭୁବନେଶ୍ବର:ସରକାରଙ୍କୁ ଏବେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଚିନ୍ତା ଘାରିଲାଣି । ଆସାମ ନାଗରିକ ତାଲିକାରୁ ବାଦ୍‍ ପଡିଥିବା ବଙ୍ଗଳାଦେଶୀମାନେ ଓଡିଶା ମୁହାଁ ହେବାର ସୂଚନା ପାଇବାପରେ ଏବେ ସରକାରୀକଳ ତତ୍ପର ହୋଇ ଉଠିଛି ।

ଏହି ଅନୁପ୍ରବେଶକରୀମାନେ ଯେଭଳି ଓଡିଶାକୁ ସେମାନଙ୍କ ସୁରକ୍ଷିତସ୍ଥାନ ଭାବେ ନବାଛନ୍ତି ସେଥିପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଏସ୍‍ପି ଓ ସାମୁଦ୍ରିକ ଥାନା ଅଧିକାରୀମାନଙ୍କୁ ତଟସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ ସତର୍କ କରାଇ ଦେଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍‍ଆରସି) ତାଲିକାରୁ ଆସାମରେ ପ୍ରାୟ ୪୦ଲକ୍ଷ ବଙ୍ଗଳାଦେଶୀ ବାଦ୍‍ ପଡିଛନ୍ତି । ଏମାନଙ୍କ ନାଗରିକତ୍ୱ ନଥିବାରୁ ଭାରତ ଛାଡିବାକୁ ପଡିବ । ତେଣୁ ସେମାନେ ଏବେ ଅନ୍ୟ କୌଣସି ରାଜ୍ୟକୁ ଚାଲିଯିବାର ସମ୍ଭାବନା ରହିଛି ।

ଯେହେତୁ ବାଲେଶ୍ୱର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଜିଲ୍ଲାରେ ଅନୁପ୍ରବେଶକାରୀ ବଙ୍ଗଳାଦେଶୀମାନେ ରହିଛନ୍ତି ତେଣୁ ଆସାମରୁ ବଙ୍ଗଳାଦେଶୀମାନେ ଏଠାକୁ ଆସିବାର ଆଶଙ୍କା ରହିଛି ।

ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ଓଡିଶାରେ ମୋଟ୍‍ ୩୯୮୭ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୬୫୦ଜଣ ଅନୁପ୍ରବେଶକାରୀ ଥିବାବେଳେ ଜଗତ୍‍ସିଂହପୁରରେ ୧୧୧୨, ଭଦ୍ରକରେ ୩୧୩ ଓ ବାଲେଶ୍ୱରରେ ୧୫୦ ଜଣ ରହିଛନ୍ତି । ମାଲକାନଗିରି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୬୫୫ ଥିବାବେଳେ ନବରଙ୍ଗପୁରରେ ବି ୧୦୬ ଜଣ ରହିଛନ୍ତି ।

ସରକାରୀ ହିସାବରେ ଯଦିଓ ଏମାନଙ୍କ ସଂଖ୍ୟା ୪ହଜାର ପାଖାପାଖି ରହିଛି କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଗୁଣ ଅଧିକ ଥିବା କୁହାଯାଉଛି । ବିଶେଷକରି କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ଭଦ୍ରକ ଜିଲ୍ଲାରେ ପ୍ରତିମାସରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ନିଜ ନିଜ ସମ୍ପର୍କୀୟମାନଙ୍କ ସହାୟତାରେ ଏଠାରେ ଆସି ପହଞ୍ôଚବାପରେ ସ୍ଥାନୀୟ ନେତା ଓ ପ୍ରଶାସନକୁ ଧରି ଏହି ଅନୁପ୍ରବେଶକାରୀମାନେ ପ୍ରଥମେ ଭୋଟରତାଲିକାରେ ନିଜ ନାମ ପଞ୍ଜିକରଣ କରୁଛନ୍ତି ଓ ପରେ ସମସ୍ତ ସରକାରୀ ସୁବିଧା ହାତେଇ ନେଉଛନ୍ତି ।

ବର୍ତ୍ତମାନ ଆସାମରେ ବଙ୍ଗଳାଦେଶୀମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବାବେଳେ ସେମାନେ ନିଜ ଦେଶକୁ ଫେରିବା ବଦଳରେ ଓଡିଶା ଭଳି ଉପକଳବର୍ତ୍ତୀ ରାଜ୍ୟକୁ ବହୁ ସଂଖ୍ୟାରେ ପଳାଇ ଆସିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here