କୋହଲିଙ୍କୁ କାଉଣ୍ଟି ଖେଳିବାର ଆବଶ୍ୟକତା ନାହିଁ’

0
43

ନୂଆଦିଲ୍ଲୀ- ଇଂଲଣ୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏଣୁ ଦୁଇ ପ୍ରତିଭାସମ୍ପନ ଖେଳାଳିଙ୍କୁ କାଉଣ୍ଟି କ୍ରିକେଟ ଖେଳିବାର ଆବଶ୍ୟକତା ନାହିଁ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି। ”ଇଂଲଣ୍ଡରେ ବଡ଼ ସ୍କୋର କରିବା ଲାଗି ଆଇପିଏଲରେ କୋହଲି କାଉଣ୍ଟି କ୍ରିକେଟରେ ଖେଳିବା ମନ ବଳାଇ ଥିଲେ। ମାତ୍ର ଆହତ ସମସ୍ୟା କାରଣରୁ ଖେଳି ପାରି ନ ଥିଲେ। କିନ୍ତୁ କୋହଲି ଜଣେ ଅସାଧାରଣ ପ୍ରତିଭା ସମ୍ପନ ଖେଳାଳି। ସେ ଅଧ ରାତିରେ ମଧ୍ୟ ବଡ଼ ସ୍କୋର କରିପାରିବେ। ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ବଲ ଖେଳିବାର ଆବଶ୍ୟକତା ରହିଛି। ଏହା ଦର୍ଶାଉଛି, ୩ ଦିନିଆ ଅଭ୍ୟାସ ଟେଷ୍ଟ ଭାରତୀୟ ଖେଳାଳିଙ୍କୁ ବିଶେଷ ସହାୟକ ହୋଇନାହିଁ। ଅନ୍ୟ ଖେଳାଳିଙ୍କୁ ମଧ୍ୟ ତାଙ୍କ ଦାୟିତ୍ୱ ନେବାକୁ ପଡ଼ିବ। କୋହଲି ସବୁବେଳେ ଦଳକୁ ରକ୍ଷା କରିପାରିବେ ନାହିଁ“ ବୋଲି ଗାଭାସ୍କର କହିଛନ୍ତି। କୋହଲିଙ୍କ ବ୍ୟତୀତ ଅଶ୍ୱିନଙ୍କୁ ମଧ୍ୟ ଇଂଲଣ୍ଡରେ ଖରାପ ପ୍ରଦର୍ଶନ ନେଇ ସମାଲୋଚନା କରାଯାଉଥିଲା। ମାତ୍ର ପ୍ରଥମ ଟେଷ୍ଟରେ ସେ ୭ଟି ଉଇକେଟ ନେଇ ସମାଲୋଚକଙ୍କୁ ଚୁପ କରି ଦେଇଛନ୍ତି। ସେ ଉଭୟ ଦିଗ୍‌ରେ ବଲ ସ୍ପିନ କରାଇଛନ୍ତି। କେହି କହିପାରିବେ ନାହିଁ ତାଙ୍କୁ ପିଚ୍‌ ସହାୟକ ହୋଇଛି। ସେ ଉଭୟ ଇନିଂସ୍‌ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଆଲେଷ୍ଟର କୁକଙ୍କ ଆଉଟ୍‌ କରିଛନ୍ତି

LEAVE A REPLY

Please enter your comment!
Please enter your name here