ବଲାଙ୍ଗୀରରେ ଆରଆଇ-ଅମିନ ନିଯୁକ୍ତି ଦୁର୍ନୀତିରେ ୪୫ ଜଣଙ୍କ ବିରୋଧରେ ହେଲା ଚାର୍ଜସିଟ ଫ।ଇଲ୍

0
28

ଭୁନନେଶ୍ୱର: ବଲାଙ୍ଗୀରରେ ହୋଇଥିବା ଆରଆଇ-ଅମିନ ନିଯୁକ୍ତି ଦୁର୍ନୀତି ମାମଲାରେ ଭିଜିଲାନ୍ସ ତାର ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରିଛି । ଏଥିରେ ପୂର୍ବତନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସମେତ ୪୫ ଜଣଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ ରହିଛି । ୩ ଓଏଏସ ଅଧିକାରୀ ଓ ପୂର୍ବତନ ଡିଡବ୍ଲ୍ୟୁଓଙ୍କ ନାଁ ସାମିଲ ହୋଇଛି । ୪୧ ଜଣଙ୍କ ବିରୋଧରେ ଚର୍ଜସିଟକୁ ଭିତ୍ତିକରି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ପୂର୍ବରୁ ଦେବରାଜଙ୍କ ସହ ୪ଜଣ ଜାମିରେ ଆସିଛନ୍ତି । ଦେବରାଜଙ୍କୁ ଭିଜିଲାନ୍ସ ପୂର୍ବରୁ ଗିରଫ କରିଥିଲା । ଶ୍ରୀ ମିଶ୍ର ବଲାଙ୍ଗିର ଜିଲ୍ଲାପାଳ ଥିବା ବେଳେ ଏହି ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । କିଛି ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ମଧ୍ୟ ନିଯୁକ୍ତି ନ ପାଇବା ଦ୍ୱାରା ଆପତ୍ତି ଉଠାଇଥିଲେ ଏବଂ ତଦନ୍ତ ଦାବି କରିଥିଲେ । ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here