ବୋମ। ମ।ଡ଼ରେ ଥରିଲ। କଲେଜ କ୍ୟାମ୍ପସ

0
54


କାମାକ୍ଷାନଗର : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ।

ଅାଜି ଦିନ ୧୧ଟା ବେଳେ ସଂଗ୍ରାମଙ୍କୁ କଲେଜ ଛାଡିବାକୁ ଅାସିଥିଲେ ଅଣଛାତ୍ର ସଂଜୀବ। ଏହି ସମୟରେ ହଠାତ କଲେଜର ଜଣେ ଛାତ୍ର ଓ ୫ ଅଣଛାତ୍ର ସେମାନଙ୍କୁ ବୋମା ମାଡ଼ କରିବା ସହ ବନ୍ଧୁକ ଦେଖାଇ ଅାକ୍ରମଣ କରଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଅାଯାଇଛି। ତେବେ ବନ୍ଧୁକ ଦେଖାଇ ସେମାନଙ୍କୁ ଅପହରଣ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ଅାହତ ଛାତ୍ର।

ବୋମାମାଡ଼ ଘଟଣା ପଛର କାରଣ ପ୍ରାକ୍ ନିର୍ବାଚନ ବିବାଦ ବୋଲି ପୁଲିସ୍‌ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ସଠିକ୍ କାରଣ ଜଣାପଡିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

LEAVE A REPLY

Please enter your comment!
Please enter your name here