ଭୂବନ ଦେଇ ଯ।ଇଥିବ। ୫୩ ନଂ ଜ।ତିୟ ର।ଜପଥରେ ର।ତିରେ ଜିବ। ମନ। !

0
30

ଭୁବନ:ଗୋଟିଏ ସର୍ଭେରୁ ଜଣ।ପଡିଛି ଦେଶରେ ଆତଙ୍କବାଦୀ ଆକ୍ରମଣ ରେ ଯେତିକି ମୃତ।ହତ ହେଉନାହଁ।ନ୍ତି ତ।ଠ।ରୁ ଅଧିକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି । ତ।ହ।ପୁଣି ଖ।ଲଖମ।ରେ ପଡି । ଏହ।ର ଉଦାହରଣ ସୁରୁପ ଭୁବନ ଏନ୍ଏସି ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ରେ ଶିଶୁ ମନ୍ଦିର ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ପ୍ରାୟ ୪କିମି ରାସ୍ତାର ଅଧିକାଂଶ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଏହା ବର୍ତ୍ତମାନ ମରଣଯନ୍ତା ପାଲଟିଥିବାରୁ ଏହି ରାଜପଥଟି ଦୁର୍ଘଟଣା ହୃଉଥିବ।ରୁ ଏହି ର।ସ୍ତ।ରେ ର।ତିରେ ଜିବ। ଏକ ରକମ ମନ। ଯଦି କେହି ଦୁଇ ଚକିଆ କିମ୍ୱା ସ।ଇକେଲ ଆରୋହୀ ଯ।ନ୍ତି ତ।ହେଲେ ଜୀବନ ସହ ବ।ଜି ଲଗ।ଇବ। ସହ ସମ।ନ ସଦୃଶ ।
ଭୂବନ ଶିଶୁ ମନ୍ଦିର ଛକ ନିକଟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ରାଜପଥକୁ ୨ ଭାଗରେ ବିଭକ୍ତ କରୁଥିବା ବେଳେ ନୂଆଭୁବନ, ଏନ୍ଏସି କାର୍ଯ୍ୟାଳୟ ସାମ୍ନା, କାଳୀବଜାର, ପେଟ୍ରୋଲ ଟାଙ୍କି ଓ କଲେଜ ଛକ ମଧ୍ୟରେ ଏକ ଶହରୁ ଊର୍ଦ୍ଧ୍ୱ ଗର୍ତ୍ତ ସୃଷ୍ଟି ହୋଇ ଯାତାୟତରେ ବିପଦ ସୃଷ୍ଟି କରୁଛି । ଏହି ୪ କିମି ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ ଓ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ୨ଟି ମହାବିଦ୍ୟାଳୟ, ୫ଟି ବିଦ୍ୟାଳୟ, ଉଠାଜଳସେଚନ କାର୍ଯ୍ୟାଳୟ, ଡାକଘର, ତହସିଲ କାର୍ଯ୍ୟାଳୟ, ଟ୍ରେଜେରୀ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ଭୁବନ ଥାନା, କାଳୀବଜାର ବ୍ୟବସାୟ ପ୍ରତିଷ୍ଠାନ ଓ ୨ଟି ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ଭିଡ ସର୍ବଦା ଦେଖିବାକୁ ମିଳିଥାଏ ।
ସୂଚନାଯୋଗ୍ୟ ଯେ, ରାଜପଥଟି ୪ମାସ ତଳେ ମରାମତି କରାଯାଇ ଥିଲା । ତେବେ ଏହା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ୧ମାସ ପରେ ପୂନର୍ବାର ପୂର୍ବ ଅବସ୍ଥାକୁ ଫେରି ଆସିଲା । ରାଜପଥଟିରେ ଦୈନିକ ଶହ ଶହ ମାଲବାହୀ ଗାଡିର ଯାତାୟାତ ସାଙ୍ଗକୁ ଲଗାଣ ବର୍ଷାରେ ଗର୍ତ୍ତଗୁଡିକ ଲମ୍ବା, ଓସାର ଓ ଗଭୀରରେ ବୃଦ୍ଧି ପାଉଥିବା ଦେଖାଯାଉଛି । ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଦେଖା ଯାଉଛି । ବିଶେଷ କରି ବର୍ଷା ପରେ ପରେ ଗର୍ତ୍ତଗୁଡିକ ପାଣିରେ ବୁଡି ରହୁଥିବାରୁ ଏହି ରାସ୍ତା ଦେଇ ଯାଆସ କରୁଥିବା ଯାତ୍ରୀ ଗର୍ତ୍ତରେ ପଡି ଖଣ୍ଡିଆ ଖାବରା ହେବା ସହ ମଟର ସାଇକେଲ ମଧ୍ୟ ଭାଙ୍ଗୁଥିବା ଦେଖାଯାଇଛି । ଏହି ରାଜପଥ ସମ୍ପର୍କରେ ବହୁବାର ଖବର କାଗଜରେ ପୃଷ୍ଠା ମଣ୍ଡନ ହୋଇଥିଲେ ହେଁ ନାଁ ବିଭାଗୀୟ ଅଧିକାରୀଙ୍କ ନିଦ୍ରାଭଙ୍ଗ ହେଉଛି ନାଁ ରାଜନେତାମାନଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉଥିବା ଜଣାଯାଉଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନେ୍ଦାଳନର ଦାନା ବାନ୍ଧୁଥିବା ବେଳେ ଏକ ବଡଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବି ହେଉଛି । ସୂଚନା ଥାଉକି ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here