କନଷ୍ଟେବଳ ଇଣ୍ଟରଭୁ୍ୟ ପାଇଁ ପଡ଼ିଆ ମିଳୁନି: ଅଡୁଆରେ ପ୍ରଶାସନ

0
44

ଭଦ୍ରକ :ସରକାରୀ କ।ମ ପ।ଇଁ ପଡିଆଟେ ନମିଳିବା ପ୍ରଶାସନର ପୂର୍ବ ପ୍ରସ୍ତୁତି ନରହିବ। ଏହ।ଯେ କେବଳ ପ୍ରଶାସନର ସ୍ଥାଣୁତ। ଓ ଖ।ମ ଖିଆଲିର ଜ୍ବଳନ୍ତ ଉଦାହରଣ । ଆସନ୍ତା ୬ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ପୁଲିସ୍ କନେଷ୍ଟବଳ ଇଣ୍ଟରଭୁ୍ୟ ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ହେବ । ଏହି ପୁଲିସ୍ କନେଷ୍ଟବଳ ଇଣ୍ଟରଭୁ୍ୟ କେଉଁଠାରେ ହେବ ସେଥିପାଇଁ ଅଡ଼ୁଆରେ ପୋଲିସ୍ ପ୍ରଶାସନ ।
ଭଦ୍ରକ ଜିଲ୍ଲାପାଇଁ ୩୯ଟି ପଦବୀ ସକାଶେ ପ୍ରାୟ ୨ହଜାରରୁ ଊଦ୍ଧ୍ୱର୍ ଆଶାୟୀ ବେକାର ଯୁବକଯୁବତୀ ସେମାନଙ୍କର ଦରଖାସ୍ତ ଆବେଦନ କରିଛନ୍ତି । ଏହା ପୂର୍ବରୁ ଭଦ୍ରକ ଜିଲ୍ଲାରେ କନଷ୍ଟେବଳ ଇଣ୍ଟରଭୁ୍ୟ ନେହରୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥାଏ । ନେହରୁ ଷ୍ଟାଡିୟମରେ ପିଲାମାନଙ୍କର ଶାରୀରିକ ମେଜରମେଣ୍ଟ, ହାଇଜମ୍ପ, ଲଙ୍ଗଜମ୍ପ ସହ ୪୦୦ମିଟର ରେସ୍, ସାଇକେଲଚାଳନା ଆଦି ଇଭେଣ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏବର୍ଷ ଭଦ୍ରକ ନେହରୁଷ୍ଟାଡ଼ିୟମ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଷ୍ଟାଡିୟମରେ ପାଣି ଜମିବା ସହ କାଦୁଅ ହୋଇଯାଇଛି । ଷ୍ଟାଡିୟମରେ ପାଣି କାଦୁଅ ଭର୍ତ୍ତିହେବା ସହ ଗାଈଗୋରୁଙ୍କର ଚରାଭୂମି ପାଲଟିଛି । ଯାହାଫଳରେ ଏହି ସ୍ଥାନରେ ଇଣ୍ଟରଭୁ୍ୟ ହେବାକୁ ସମ୍ଭବପର ନୁହେଁ । ସେଥିପାଇଁ ଭଦ୍ରକ ସ୍ୱୟଂଶାସିତ କଲେଜ ପଡ଼ିଆରେ ଇଣ୍ଟଭୁ୍ୟ କରାଯିବାକୁ ସ୍ଥିର କରାଯାଉଛି । ଭଦ୍ରକ କଲେଜ ପଡ଼ିଆରେ ଚାରିଶହ ମିଟର ରେସ୍ ହେବାକୁ ପ୍ରଶସ୍ଥ ଜାଗା ନଥିବାରୁ ଅଡ଼ୁଆ ହେବାର ସମ୍ଭାବନା ରହିଛି । ଏହି ପରୀକ୍ଷା କେଉଁ ସ୍ଥାନରେ କରାଯିବ ସେଥିପାଇଁ ପଡ଼ିଆ ଖୋଜା ଚାଲିଛି ।
ଜିଲ୍ଳା ହେବା ପରେ ମଧ୍ୟ ଏକ ନିଜସ୍ୱ ଷ୍ଟାଡ଼ିୟମ ବା ଖେଳପଡିଆ ନିର୍ମାଣ ହୋଇପାରି ନାହିଁ । ନେହରୁ ଷ୍ଟାଡ଼ିୟମର ମାଲିକାନା ଭଦ୍ରକ ଜିଲ୍ଳା ସ୍କୁଲ ହାତରେ ରହିଛି । ଏହି ଷ୍ଟାଡିୟମରୁ ବର୍ଷତମାମ ଭଡ଼ାସୂତ୍ରରେ ଟଙ୍କା ଆଦାୟ ହୋଇଥାଏ । ଏପର୍ଯ୍ୟନ୍ତ ଏହି ନେହରୁ ଷ୍ଟାଡିୟମର ମାଲିକାନା ଶିକ୍ଷାବିଭାଗ ଅର୍ଥାତ ଜିଲ୍ଲାସ୍କୁଲ ନାମରେ ରହିଛି । ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ପ୍ରତିବର୍ଷ କ୍ରୀଡାର ସର୍ବାଙ୍ଗୀଣ ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ଜିଲ୍ଲାପ୍ରଶାସନ ନାମରେ ନିଜସ୍ୱ ଜାଗା ନଥିବା ଆସୁଥିବା ଅନୁଦାନ ଖର୍ଚ୍ଚ ନ ହୋଇପାରି ଫେରିଯାଇ ଥାଏ । ଏହି ସମସ୍ୟା ଜିଲ୍ଲାରେ ଦୀର୍ଘବର୍ଷ ଧରି ଲାଗି ରହିଛି । ଭଦ୍ରକ ଜିଲ୍ଳାରେ ଶାସକ ଦଳର ୫ଜଣ ବିଧାୟକ ଓ ଜଣେ ୮ଥର ନିର୍ବାଚିତ ସାଂସଦ ଥିବା ବେଳେ ଭଦ୍ରକ ଭଳି ଏକ ଐତିହ୍ୟସମ୍ପନ୍ନ ଜିଲ୍ଳାରେ ନିଜସ୍ୱ ଷ୍ଟାଡ଼ିୟମ କରାଯାଇ ନପାରିବା ଦୁର୍ଭାଗ୍ୟର ବିଷୟ ।

LEAVE A REPLY

Please enter your comment!
Please enter your name here