ର।ଜ୍ୟ ମଞ୍ଜୁୁରି ଅପେକ୍ଷାରେ ଉପକୂଳ ର।ଜପଥ

0
65

ଭୁବନେଶ୍ବର:ଓଡ଼ିଶାରେ ୭୫୦୦ କୋଟି ଟଙ୍କା ଖର୍ଚ୍ଚରେ ୪୧୫ କିଲୋମିଟର ଦୈର୍ଘ୍ୟର ଦୁଇଟି ଉପକୂଳ ରାଜପଥ ପାଇଁ ଯୋଜନା ରହିଛି ।

ଏହାର ନିର୍ମାଣ କାର୍ଯ୍ୟ ପାଇଁ ୬୦୦୦ କୋଟି ଖର୍ଚ୍ଚର ପ୍ରସ୍ତାବ ଥିବାବେଳେ ଜମି ଅଧିଗ୍ରହଣ ସକାଶେ ୧୫୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି ।

ଏହି ପ୍ରସ୍ତାବିତ ପ୍ରକଳ୍ପର ରୂପରେଖ ପାଇଁ ଚୂଡ଼ାନ୍ତ ନକ୍ସା ଗତ ବର୍ଷ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଶେଷ କରିସାରିଛି ।

୨୫୨ କିଲୋମିଟର ଦୈର୍ଘ୍ୟର ଗୋପାଳପୁର-ରତ୍ନପୁର ଉପକୂଳ ରାଜପଥ ପ୍ରକଳ୍ପ ଭାୟା ଛତ୍ରପୁର-ସାତପଡ଼ା-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ-ରତ୍ନପୁର ଏବେ ଡିପିଆର ପର୍ଯ୍ୟାୟରେ ରହିଛି ।

ପ୍ରାରମ୍ଭିକ ନକ୍ସା କାମ ଶେଷ ହୋଇଛି ଏବଂ ପରିବର୍ତନ ପାଇଁ ଆଲୋଚନା ଚାଲିଛି । ୧୬୨କିଲୋମିଟର ଦୈର୍ଘ୍ୟର ରତ୍ନପୁର-ଦିଘା ଭାୟା ବାସୁଦେବପୁର-ଚାନ୍ଦିପୁର-ଚନ୍ଦନେଶ୍ୱର ପ୍ରକଳ୍ପ ମଧ୍ୟ ଏବେ ଡିପିଆର ପର୍ଯ୍ୟାୟରେ ରହିଛି । ଚୂଡ଼ାନ୍ତ ରିପୋର୍ଟ ଦାଖଲ ହେବା ପରେ ନକ୍ସା ଚୂଡ଼ାନ୍ତ କରାଯିବ ।

ଉପରୋକ୍ତ ଉଭୟ ପ୍ରକଳ୍ପ ଭାରତମାଳା ଯୋଜନାରେ ନିର୍ମିତ ହେବ । ଉଭୟ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ମଞ୍ଜୁୁରିକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here