ଖବର ପରିବେଶଣରେ ନାବାଳିକାଙ୍କ ଫଟୋ କିମ୍ବ। ଭିଡିଓ ବ୍ୟବହାର କରିପାରିବେନି ଗଣମାଧ୍ୟମ: ସୁପ୍ରିମକୋର୍ଟ

0
22

ନୂଆଦିଲ୍ଲୀ : ଏଣିକି ଦୁଷ୍କର୍ମର ଶୀକାର ନାବାଳିକାଙ୍କ ଫଟୋ କିମ୍ବା ଭିଡିଓକୁ ଗଣମାଧ୍ୟମ ଆଦୌ ବ୍ୟବହାର କରିପାରିବ ନାହିଁ । ପୂର୍ବରୁ ଗଣମାଧ୍ୟମଗୁଡ଼ିକ ପୀଡ଼ିତାର ଛଦ୍ମନାମ ଦେଉଥିବାବେଳେ ଫଟୋ କିମ୍ବା ଭିଡିଓକୁ ବ୍ଲର ବା ଅସ୍ପଷ୍ଟ କରି ପ୍ରଦର୍ଶିତ କରୁଥିଲେ । କିନ୍ତୁ ଏଣିକି ବ୍ଲର କରି ମଧ୍ୟ ଫଟୋ କି ଭିଡିଓ ପ୍ରଦର୍ଶିତ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଏଭଳି ଭାବେ କଡ଼ା ଗାଇଡ ଲାଇନ ଜାରି କରିବା ସହ ଗଣମାଧ୍ୟମ ଉପରେ କଟକଣା ଜାରି କରିଛନ୍ତି ।

ଦୁଷ୍କର୍ମର ଶିକାର ନାବାଳିକାର ବ୍ଲର ହୋଇଥିବା ଫଟୋକୁ ବ୍ୟବହାର କରିବା ନେଇ ମାନ୍ୟବର କୋର୍ଟ ଉଭୟ ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମକୁ ସମାଲୋଚନା କରିବା ସହ ଉପରୋକ୍ତ ଗାଇଡ ଲାଇନ ଜାରି କରିଛନ୍ତି । ବିହାର ସେବାଶ୍ରମରେ ଦୁଷ୍କର୍ମ ଘଟଣାର ବିଚାର କରିବା ଅବସରରେ ମାନ୍ୟବର କୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଉକ୍ତ ଦୁଷ୍କର୍ମ ଘଟଣା ଉପରେ ନିଜର ଜବାବ ରଖିବା ପାଇଁ ବିହାର ସରକାର ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ମାନ୍ୟବାର କୋର୍ଟ ନୋଟିସ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here