ଇମ୍ରାନଙ୍କ ନିମନ୍ତ୍ରଣକୁ ଗ୍ରହଣ କଲେ ନଭଜୋତ୍‌ ସିଂ ସିଦ୍ଧୁ

0
34

ଚଣ୍ଡୀଗଡ: ଆସନ୍ତା ୧୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ନେତା ଇମ୍ରାନ ଖାଁ ଶପଥ ଗ୍ରହଣ କରୁଥିବା ବେଳେ ଏଥିରେ ଭାରତର କେତେଜଣ ନାମୀଦାମୀ କ୍ରିକେଟ ଖେଳାଳିଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ଗୁରୁବାର ଏହି ନିମନ୍ତ୍ରଣକୁ ପୂର୍ବତନ କ୍ରିକେଟର ନଭଜୋତ୍‌ ସିଂ ସିଦ୍ଧୁ ଗ୍ରହଣ କରିବା ସହ ଏହା ତାଙ୍କ ପାଇଁ ଏକ ବଡ ସମ୍ମାନ ବୋଲି କହିଛନ୍ତି। ଇମ୍ରାନ ଜଣେ ଭଲ ବ୍ୟକ୍ତିତ୍ୱ ତଥା ଖେଳ ଓ ଖେଳାଳି ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାର ଏକ ମୁଖ୍ୟ ମାଧ୍ୟମ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here