ପରକିୟା ପ୍ରୀତିରେ ମହିଳାଙ୍କୁ ଦୋଷୀ କରାଯ।ଇ ପ।ରିବ ନ।ହିଁ: ସୁପ୍ରିମକୋର୍ଟ

0
60

ନୂଆଦିଲ୍ଲୀ: ପରକିୟା ପ୍ରୀତିକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି । ଏହି ଘଟଣାକୁ ନେଇ ଅନେକ ଅପରାଧୀକ କାର୍ଯ୍ୟ ମଧ୍ୟ ହୋଇଛି । ହତ୍ୟାଭଳି ଘଟଣା ମଧ୍ୟ ଘଟିଥିବା ଦେଖାଯାଇଛି । ଏହି ଘଟଣାକୁ ନେଇ ରହିଥିବା ଆଇନ ସମ୍ପର୍କରେ ସୁପ୍ରିମକୋର୍ଟ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିରେ କୋର୍ଟ କେବଳ ପୁରୁଷଙ୍କୁ ଦଣ୍ଡିତ କରିବା କଥାକୁ ବଳବତ୍ତର ରଖିଥିଲା ବେଳେ ମହିଳାଙ୍କୁ ଦଣ୍ଡଦେବାର ବ୍ୟବସ୍ଥା କରିବାକୁ ମନା କରିଛନ୍ତି । ଏହି ଘଟଣା ଏବେ ଦେଶସାରା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବହୁ ବାଦବିବାଦ ମଧ୍ୟ ଦେଖାଦେଇଛି । ଜଣେ ଅନ୍ୟ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ରଖିଲେ, ତାକୁ ଅପରାଧ ବୋଲି ଦର୍ଶାଉଥିବା ଆଇପିସି ଧାରା ୪୧୭କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ମାମଲାର ଦାୟର କରାଯାଇଥିଲା । ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଏପରି ମାମଲାରେ କେବଳ ପୁରୁଷଙ୍କୁ ଦୋଷୀ ଭାବେ ଦର୍ଶାଇ ଦଣ୍ଡ ଦିଆଯିବାର ଯେଉଁ ବ୍ୟବସ୍ଥା ରହିଛି, ତାହା ବଳବତ୍ତର ରହିବ । କିନ୍ତୁ ପୁରୁଷଙ୍କ ଭଳି ମହିଳାଙ୍କୁ ବି ଏଭଳି ଅପରାଧରେ ସମାନ ଦୋଷୀ ଭାବେ କୋର୍ଟ ଦର୍ଶାଇବେ ନାହିଁ କି ଏପରି ଆବେଦନ ଉପରେ ବିଚାର କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି । ହେଲେ ଉକ୍ତ ଧାରା ସମ୍ବିଧାନରେ ପ୍ରଦତ୍ତ ସମାନତା ଅଧିକାରର ଉଲ୍ଲଂଘନ କରୁଛି କି ନାହିଁ, ତାହାକୁ କୋର୍ଟ ବିଚାରକୁ ନେବେ । ସେହିପରି ମହିଳାଙ୍କୁ ଏଭଳି ସମ୍ପର୍କ ପାଇଁ ଦୋଷୀ କରାଯାଉ ନ ଥିବା ବେଳେ ପୁରୁଷଙ୍କୁ କାହିଁକି ଦୋଷୀ କରାଯିବ ତାହା ଉପରେ ବି କୋର୍ଟ ବିଚାର କରିବେ ।
ଧାରା ୪୯୭ରେ ଅବୈଧ ସମ୍ପର୍କ ପାଇଁ କେବଳ ପୁରୁଷଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଆବେଦନକାରୀ ଯୁକ୍ତି ବାଢ଼ିଥିଲେ ଯେ, ଅବୈଧ ସମ୍ପର୍କ ପାଇଁ ପୁରୁଷ ଯେତିକି ଦାୟୀ, ସେହିପରି ସମ୍ପୃକ୍ତା ମହିଳା ବି ସେତିକି ଦାୟୀ ହେବାକଥା । ଏଣୁ ଏଥିପାଇଁ କେବଳ ପୁରୁଷଙ୍କୁ ଦଣ୍ଡ କାହିଁକି ଦିଆଯିବ ବୋଲି ସେ ପ୍ରଶ୍ନ ଉଠାଇବା ସହ ଏହା ପୁରୁଷଙ୍କ ସହିତ ଏକପ୍ରକାର ଭେଦଭାବ ବୋଲି ଯୁକ୍ତି ରଖିଥିଲେ । ତେଣୁ ଏହି ଧାରା ଅଧୀନରେ ମହିଳାମାନଙ୍କୁ ବି ସମାନ ଭାବେ ଦୋଷୀ ବୋଲି ଦର୍ଶାଇବାକୁ ସେ ଦାବି କରିଥିଲେ । କିନ୍ତୁ ପୂର୍ବ ଥର ଶୁଣାଣି ବେଳେ କେନ୍ଦ୍ର ସରକାର ଏହି ଧାରାର ସମୀକ୍ଷା କରାଯିବାକୁ ବିରୋଧ କରିଥିଲେ । ସରକାର କହିଥିଲେ ଯେ, ବୈବାହିକ ବନ୍ଧନରେ ପବିତ୍ରତା ବଜାୟ ରଖିବାକୁ ହେଲେ ଏହି ଧାରା ଜାରି ରହିବା ଉଚିତ । ଏଥିରେ ପରିବର୍ତ୍ତନ କଲେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here