ଗେରୁଆ… ଗେରୁଆ ବୈଜୟନ୍ତ…ବୈଜୟନ୍ତ

0
129

କଟକ : ବିଜେଡ଼ିକୁ ଛ।ଡି ବିଜେପିକୁ ଯିବ।କୁ ମନ ବଳ।ଇଥିବ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡାଙ୍କୁ ଗତକାଲି ଏକ ଭିନ୍ନ ଲୁକ୍ରେ ଦେଖିବ।କୁ ପ।ଇଥିଲେ କଟକ ବ।ସୀ ବେକରେ ଥିଲା ପଦ୍ମ ଫୁଲିଆ ବିଜେପିର ଗେରୁଆ ଉତରୀ । ସ।ଙ୍ଗରେ ଲୋକଙ୍କ ଗହଳିରେ ଗେରୁଆ ପକାଇ ହସ ହସ ମୁହଁରେ ସେଲଫି ଦେଇ ଚାଲିଥିଲେ ଜୟ । ବୈଜୟନ୍ତ କଟକରେ ଏକ ଚା କଠିରେ ଏମିତି ନିଆରା ଢଙ୍ଗରେ ଜୟଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ଓ ସାଂସଦ ପଦ ଛାଡିବା ପରେ ବୈଜୟନ୍ତ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଜୟ ଏନେଇ କିନ୍ତୁ କିଛି ସ୍ପଷ୍ଟ କରି ନାହାନ୍ତି କି ବିଜେପିରେ ବିଧି ବଦ୍ଧ ଭାବେ ଯୋଗ ଦେଇ ନାହାନ୍ତି । କିନ୍ତୁ ବିଜେପିରେ ମିଶିବା ଆଗରୁ ଦଳର ଗେରୁଆ ଉତରୀ ବେକରେ ପକାଇ କଟକରେ ଚା ଖଟି ଆୟୋଜନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାରାଲ ହୋଇଛି । କୁହାଯାଉଛି ଜୟ ଖୁବ ଶିଘ୍ର ବିଜେପିରେ ମିଶିବେ। ପ୍ରତେକ୍ଷରେ ନହେଲେବି ପରୋକ୍ଷରେ ସେ ବିଜେପିରେ ମିଶିବେ ବୋଲି ସୂଚନା ମିଳିସ।ରିଲ।ଣି । ଏପଟେ ବୈଜୟନ୍ତ ଗେରୁଆ ଗେରୁଆ ଭଜିବ। ଆରମ୍ଭ କରିଦେଇ ଥିବାବେଳେ ଗେରୁଆ ଦଳ ବୈଜୟନ୍ତ ବୈଜୟନ୍ତ ଭଜିବ। ଆରମ୍ଭ କରିଦେଲେଣି ।

କଟକରେ “ହେଇଯ।ଉ” ଅବସରରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ବୈଜୟନ୍ତ କହିଛନ୍ତି ଯେ, କେବଳ ରାଜନୈତିକ ନୁହଁ କଟକର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। କଟକ ଏକ ଐତିହାସିକ ସ୍ଥାନ। ଏହାର ଜାଗା କେହି ନେଇପାରିବେ ନାହିଁ। କଟକର ରାଜନୈତିକ ପ୍ରଭାବ ସାରା ଓଡ଼ିଶାରେ ପଡ଼େ। ରାଜନୈତିକ କାର୍ଯ୍ୟପନ୍ଥା ନେଇ ଏଯାଏ କିଛି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି। ଖୁବଶୀଘ୍ର ମୁଁ ନିଷ୍ପତ୍ତି ନେଲେ ଜଣାଇଦେବି ବୋଲି ସେ କହିଛନ୍ତି।  ସେହିପରି ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବୈଜୟନ୍ତ କହିଛନ୍ତି।ସୂଚନା ମୁତାବକ ବୈଜୟନ୍ତ ଖୁବଶ୍ରିଘ୍ର ବିଜେପିରେ
ଯୋଗଦେବେ ବୋଲି ର।ଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି ।

LEAVE A REPLY

Please enter your comment!
Please enter your name here