ଉପକୂଳବର୍ତୀଙ୍କ ଚିନ୍ତା ବଢ।ଉଛନ୍ତି ଅନୁପ୍ରବେଶକ।ରୀ

0
32

ଭୁବନେଶ୍ବର: ଦେଶରେ ଅନୁପ୍ରବେଶକ।ରୀଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲ।ଗିଛି ଆମ ର।ଜ୍ୟ ଊପକୂଳ ଅଞ୍ଚଳ ହୋଇଥିବାରୁ ର।ଜ୍ୟ ଏହି ସମସ୍ୟା ଏବେ ଏକ ବଡ ଚିନ୍ତାର ବିଷୟ ହୋଇ ଉଭ। ହୋଇ ଛିଡ଼ା ହୋଇଛି । ଏମ।ନଙ୍କ ମ।ଧ୍ୟମରେ ଉପକୂଳ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର, ଚୋରା ଚାଲାଣ, ଅବାଧ ଶିକାର, ଔଷଧୀୟ ଉଦ୍ଭିଦ ଚୋରା ଚାଲାଣ, ଯୁବତୀ ଚାଲାଣ, ପିଲା ବିକ୍ରି, ଜଙ୍ଗଲ ଜମି ଜବରଦଖଲ ଓ ବେଆଇନ ମାଛଧରିବା ଭଳି କାର୍ଯ୍ୟ ଚାଲୁରହିଥିବା ନେଇ ଅଭିଯୋଗ ରହିଛି । ଏ ସଂପର୍କରେ କେନ୍ଦ୍ରୀୟ ଗୋଇନ୍ଦା, ରାଜ୍ୟପୋଲିସ, ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ଅଛପା ନାହିଁ । ଏହାକୁ କେନ୍ଦ୍ରକରି ଉପକୂଳଅଞ୍ଚଳ କ୍ରମଶଃ ସମ୍ବେଦନଶୀଳ ହେଉଥିବା ବେଳେ ଏନେଇ ସରକାର ବା ପ୍ରଶାସନିକ ସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ପାଉନାହିଁ ।କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୀଘାଠାରୁ ଗୋପାଳପୁର ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ପରିମିତ ଉପକୂଳଅଞ୍ଚଳ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଲାଣି । କେତେକ ସ୍ଥାନୀୟ ରାଜସ୍ୱ, ପୁଲିସ, ଜଙ୍ଗଲ ବିଭାଗର ଅସାଧୁ ଅଫିସର ଓ କର୍ମଚାରୀଙ୍କୁ ହାତକରି ଅନୁପ୍ରବେଶକାରୀମାନେ ଏବେ ସଂପୂର୍ଣ୍ଣ ଉପକୂଳ ଇଲାକାରେ ଅପରାଧମୂଳକ କାର୍ଯ୍ୟକଳାପ ଚାଲୁରଖିଛନ୍ତି ।
ଅନ୍ୟପଟେ ଏହ।ର ମୁଖ୍ୟ କ।ରଣ ସରକାରୀ ଅବହେଳା
ଦୀର୍ଘବର୍ଷ ଧରି ଅନୁପ୍ରବେଶକାରୀଙ୍କ ଦ୍ୱାରା ଉପକୂଳ ଅଞ୍ଚଳରେ ଉପରୋକ୍ତ ବେଆଇନ୍ କାର୍ଯ୍ୟକଳାପ ଚାଲିଥିବା ଖବର କେନ୍ଦ୍ରୀୟ ଗୋଇନ୍ଦା, ରାଜ୍ୟ ପୁଲିସ, ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ଅଛପା ନାହିଁ । ଯେଉଁଥିପାଇଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ସମ୍ବେଦନଶୀଳ ହେବାରେ ଲାଗିଛି । ସରକାରୀ କାଗଜପତ୍ରରୁ ଯାହା ଜଣାଯାଏ, ରାଜ୍ୟରେ ଉପକୂଳ ସୁରକ୍ଷା ପ୍ରଣୟନ କରିବାକୁ କେନ୍ଦ୍ରୀୟ ତଟରକ୍ଷୀ ବାହିନୀର ଉଚ୍ଚ କର୍ତ୍ତୃପକ୍ଷ ସରକାରଙ୍କୁ ଯେଉଁ ଚିଠା ପ୍ରସ୍ତୁତ କରି ଦେଇଥିଲେ, ସେ ସଂପର୍କରେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିଶେଷକରି ଏହାସହିତ ଜଡିତ ଜଙ୍ଗଲ, ପୁଲିସ ଓ ବାଣିଜ୍ୟ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସରକାରୀ ନିଷ୍କ୍ରିୟତାକୁ ଆୟୁଧକରି ଅନୁପ୍ରବେଶକାରୀମାନେ ସ୍ୱଚ୍ଛନ୍ଦରେ ସେମାନଙ୍କର ବେପାର ବଢ଼ାଇ ଚାଲିଛନ୍ତି । ଉପକୂଳ ସମସ୍ୟା ଯେ ସମାଧାନ ହୋଇପାରିବ ଏ ଆଶା ଦେଖାଯାଉନାହିଁ ବୋଲି କେତେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବା ଓ ତଡ଼ିବା ପାଇଁ କେନ୍ଦ୍ରୀୟ ଆଇନ ସ୍ପଷ୍ଟ ଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇସାରିଛନ୍ତି । ଏହି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରି ବାଂଲାଦେଶୀ, ପାକିସ୍ତାନୀ ଅନୁପ୍ରବେଶକୁ ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା କୁହାଯାଇଛି ।
ଏଠ।ରେ ଉଲ୍ଲେଖ ଯୋଗ୍ୟ ଯେ ବାଂଲାଦେଶ, ପାକିସ୍ତାନ, ମିଆଁମାର, ଚାଇନା, ନେପାଳ ଓ ଭୁଟାନ ଭଳି ୬ଟି ରାଷ୍ଟ୍ରର ସୀମା ଭାରତକୁ ଲାଗିଛି । ଭାରତ-ବାଂଲାଦେଶ ସୀମାର ଦୈର୍ଘ୍ୟ ୪.୦୫୩ କିଲୋମିଟର ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତର ଦୈଘ୍ୟ ୨୨୦୩ କିଲୋମିଟର, ଆସାମ ଓ ବାଂଲାଦେଶ ସୀମାନ୍ତର ଦୈଘ୍ୟ ୩୦୦ କିମି । ଏଥିପାଇଁ ପଶ୍ଚିମବଙ୍ଗରେ ସର୍ବାଧିକ ୭୬ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ଆସାମରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା କିଛି କମ ନୁହେଁ ଏଠାରେ ଏମାନଙ୍କ ସଂଖ୍ୟା ୬୮ଲକ୍ଷ । ଦାରିଦ୍ର୍ୟ, କର୍ମନିଯୁକ୍ତିର ଅଭାବ, କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଓ ନିରାପତ୍ତାବିହୀନ ବିଶୃଙ୍ଖଳିତ ପରିସ୍ଥିତିରୁ ମୁକୁଳିବା ପାଇଁ ଭାଗ୍ୟର ସନ୍ଧାନରେ ବାଂଲାଦେଶୀମାନେ ଭାରତ ଆଡକୁ ମୁହାଁଇଛନ୍ତି ।

ଅନୁପ୍ରବେଶକାରୀମାନେ ଉପକୂଳ ଅଞ୍ଚଳରେ ନିଜ ଅପରାଧର ହାଟ ମେଲାଇଛନ୍ତି । ବଳଭଦ୍ରପୁର, ଚରଦିଆ, କଇଥକୋଲା, ଦୋସିଙ୍ଗା, ତାଳଚୁଆ ଆଦି ଅଞ୍ଚଳରେ ନକଲି ବେତାରକେନ୍ଦ୍ର ସ୍ଥାପନ କରି ହଇଚଇ ସୃଷ୍ଟି କରିବା ପରେ ରାଜନଗର ପୁଲିସ କେତେକଙ୍କୁ ଗିରଫ୍ କରିଥିଲା । ସେହିପରି ୨୦୦୩ରେ ଅନୁପ୍ରବେଶକାରୀ ଭିତରକନିକା ବନରକ୍ଷୀ ଶ୍ୟାମସୁନ୍ଦର ସିଂହଙ୍କୁ ହତ୍ୟା କରିବା ସହିତ ଅନ୍ୟ ଦୁଇଜଣ ବନରକ୍ଷୀଙ୍କ ହାତଗୋଡ଼ ବାନ୍ଧି ସମୁଦ୍ରକୁ ଫିଙ୍ଗି ଦେଇଥିଲେ । ୨୦୦୨ରେ ଧାମରା ସାମରିକ ଘାଟିରୁ ଶକ୍ତିଶାଳୀ କ୍ୟାମେରା ଚୋରି ଅନୁପ୍ରବେଶକାରୀଙ୍କ ଅପରାଧର ଆଉ ଏକ ଉଦାହରଣ । ୨୦୦୪ ଅଗଷ୍ଟ ୧୫ ତାରିଖରେ କନକନଗର ପ୍ରାଥମିକ ବିଦ୍ୟାଳୟରେ ବାଂଲାଦେଶର ଜାତୀୟ ପତାକା ଉଡାଣ ଆଦି ପ୍ରମୁଖ ଘଟଣା ଅନୁପ୍ରବେଶକାରୀଙ୍କ ବର୍ବରତାର ନମୁନା ।

LEAVE A REPLY

Please enter your comment!
Please enter your name here