ସିବିଆଇ ଭୟରେ ବିଜେଡ଼ି ସଂସଦରେ ବିଜେପିକୁ ସମର୍ଥନ କରୁଛି:ତ।ର। ବ।ହିନୀପତି

0
67

ଭୁବନେଶ୍ୱର: ବିଜେପି-ବିଜେଡି ରାଜନୀତି ଏବେ ବୁଝିବା କଷ୍ଟକର ବ୍ୟାପାର ହେଲାଣି । ଦୁଇଦଳ କେତେବେଳେ କେଉଁ ରଣନୀତି ଆପଣାଉଛନ୍ତି ତାହା ବୁଝିବା କଷ୍ଟକର । ରାଜ୍ୟରେ ଦୁଇଦଳ ଏଭଳିଭାବରେ ପରସ୍ପର ବିରୋଧରେ ମତ ରଖୁଛନ୍ତି ଯାହାକୁ ଦେଖି ଜଣାପଡ଼ିବ ଉଭୟଙ୍କ ଭିତରେ ସମ୍ପର୍କ ଅହିନକୁଳ । କିନ୍ତୁ ଦିଲ୍ଲୀରେ ସ୍ଥିତି ଭିନ୍ନ ଦେଖାଯାଉଛି । ବାରମ୍ବାର ବିଜେପିକୁ ପାର୍ଲାମେଣ୍ଟରେ ବିଜେଡି ସମର୍ଥନ ଦେଉଛି । ଆସାମରେ ଜାତୀୟ ଜନସଂଖ୍ୟା ତାଲିକା (ଏନଆରସି) ବିବାଦ ଘଟଣାରେ ଅଧିକାଂଶ ବିରୋଧୀଦଳ ଏବେ ବିଜେପି ବିରୋଧରେ ଏବେ ଛିଡ଼ା ହୋଇଛନ୍ତି । କିନ୍ତୁ ବିଜେଡି ଏହି ଘଟଣାରେ ବିଜେପିକୁ ସମର୍ଥନ ଦେଇଛି । ବିଜେଡିର ଏହି ସମର୍ଥନକୁ ନେଇ ବିଜେପି ମାଳାକରି ଜପୁଛି ।
ଏନଆରସି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ହେଲାବେଳେ ସବୁ ବିରୋଧୀ ଦଳ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ କଡ଼ା ସ୍ୱର ଉତ୍ତୋଳନ କରିଥିଲେ । ବିଜେପିର ଏହି ରାଜନୀତିକ ଚାଲକୁ ସେମାନେ ସମାଲୋଚନା କରି ଭବିଷ୍ୟତରେ ଏହାର ପରିଣତି ଭୟାନକ ହେବ ବୋଲି ଚେତାଇ ଦେଇଥିଲେ । କିନ୍ତୁ ଯେତେବେଳେ ବିଜେଡି ପାଳି ପଡ଼ିଲା ସେତେବେଳେ ଆଲୋଚନାରେ ଭାଗ ନେଇ ବିଜେପିର ପଦକ୍ଷେପକୁ ଜାତୀୟ ସୁରକ୍ଷା ପ୍ରସଙ୍ଗ ଦର୍ଶାଇ ସମର୍ଥନ ଦେଲା । ରାଜ୍ୟସଭାରେ ବିଜେଡି ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆମକୁ ମଧ୍ୟ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖିôବାକୁ ପଡ଼ିିବ । ଆମେ ଭୁଲି ଯିବା ଠିକ ହେବନାହିଁ ଯେ, ଏହି ପ୍ରସଙ୍ଗ ସହ ଜାତୀୟ ସୁରକ୍ଷା ସମ୍ପୃକ୍ତ ରହିଛି । ତେଣୁ ଆମକୁ ଯତ୍ନ ସହକାରେ ଏହି ପ୍ରସଙ୍ଗକୁ ଗ୍ରହଣ କରିବାକୁ ହେବ । ମାନବିକତାର ବିଚାର ମଧ୍ୟ ରହିଛି । ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । କେବଳ ଆସାମ ନୁହେଁ ସାରା ଦେଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ତେବେ ପ୍ରଥମତଃ ଦେଶଣ ସୁରକ୍ଷା ଓ ଦ୍ୱିତୀୟରେ ମାନବିକତା ।’
ଏନଆରସି ପ୍ରସଙ୍ଗକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥିଲା । ଲୋକସଭା ଚାଲିପାରି ନ ଥିଲା । ରାଜ୍ୟସଭାରେ ଆଲୋଚନା ପରେ ଯେତେବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ବାହାରକୁ ଆସିଥିଲେ ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କଲାବେଳେ ସେ ବିଜେଡି ସମର୍ଥନ କରିବା କଥାକୁ କହିବାକୁ ଭୁଲି ନ ଥିଲେ । ସେ କହିଥିଲେ, ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ନେଇ ବିଜେପି ଓ ବିଜେଡି ସହମତ ହୋଇଛନ୍ତି । ବେଆଇନ ବାଂଲାଦେଶୀ ଅନୁପ୍ରବେଶକୁ ବନ୍ଦ କରିବା ପାଇଁ ଏହି ଦୁଇଜଣ କେବଳ କହିଛନ୍ତି । ଭୋଟ ରାଜନୀତିର ବଶବର୍ତ୍ତୀ ହୋଇ ଅନ୍ୟ କୌଣସି ଦଳ ଏହାକୁ ସମର୍ଥ କରୁନାହାଁନ୍ତି ବୋଲି ସେ ଦର୍ଶାଇଥିଲେ ।
ବିଜେଡିର ଏହି ସମର୍ଥନକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଆରମ୍ଭ ହୋଇଯାଇଛି । ବିଜେପିକୁ ବିଭିନ୍ନ ସମୟରେ ପାର୍ଲାମେଣ୍ଟରେ ବିଜେଡି କାହିଁକି ବାରମ୍ବାର ସମର୍ଥନ ଦେଇ ଚାଲିଛି ତାହା ବୁଝିବା କଷ୍ଟକର ବୋଲି କୁହାଯାଉଛି । ରାଜ୍ୟରେ ଯେଭଳି ଭାବରେ ଦୁଇଦଳଙ୍କ ମଧ୍ୟରେ ବାଡ଼ିଆପିଟା ଚାଲିଛି ସେଥିରେ ଏମାନେ ଗୋଟିଏ ପ୍ରସଙ୍ଗରେ ଏକମତ ହେବେ ତାହା କେହି ଭାବିପାରୁନାହାଁନ୍ତି । ବିଜେପି ପାଇଁ ସବୁବେଳେ ବିଜେଡି ସଞ୍ଜିବନୀ ଭଳି କାର୍ଯ୍ୟ କରୁଛି । ଆଉ ତାକୁ ଧରି ବିଜେପି ଗାଈ ଚାଲିଛି । ବିମୁଦ୍ରାକରଣ ସମୟରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପଦକ୍ଷେପକୁ ସମର୍ଥନ ଦେଇ ସ୍ୱାଗତ କରିଥିଲେ । ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତିସ କୁମାର ସମର୍ଥନ କରିଥିଲେ । ହେଲେ ଅନ୍ୟ ସମସ୍ତ ବିରୋଧୀଦଳ ତୀବ୍ର ବିରୋଧ କରିବା ସହ କଡ଼ା ସମାଲୋଚନା କରିଥିଲେ । ନବୀନଙ୍କ ଏହି ସମର୍ଥନକୁ ନେଇ ନିଜେ ମୋଦି ଓ ଶାହ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମରେ ଏ ବିଷୟ ବଖାଣିଥିଲେ । ନବୀନ ପଟ୍ଟନାୟକଙ୍କୁ ଏଥିନେଇ ପ୍ରଶଂସା ମଧ୍ୟ କରିଥିଲେ । ଏବେ ବିଜେପି ସରକାର ବିରୋଧରେ ବିରୋଧୀ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିଥିଲା ସେଥିରେ ବିଜେଡି ଭାଗ ନ ନେଇ ଗୃହତ୍ୟାଗ କରି ଚାଲିଆସି ପରୋକ୍ଷ ସମର୍ଥନ ଦେଇଥିଲା । ବିଜେଡି ଚାହିଁଥିଲେ ରାଜ୍ୟସ୍ୱାର୍ଥ ବିରୋଧୀ କେନ୍ଦ୍ର ସରକାର ବୋଲି ଯେପରି ଓଡ଼ିଶାରେ ମାଳା ଜପୁଛି ଲୋକସଭାରେ ତାହା କହି କଡ଼ା ସମାଲୋଚନା କରିଥାନ୍ତା । କିନ୍ତୁ ସେପରି କଲାନାହିଁ । ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସେ ଜିିଏସଟି ହେଉ କି ଜମି ବିଲ ହେଉ ସବୁଥିରେ ବିଜେପିକୁ ସମର୍ଥନ ଦେଇଛି । କିନ୍ତୁ ଓଡ଼ିଶାରେ ଯେଭଳି ବିରୋଧ ଚାଲିଛି ତାକୁକ ଦେଖିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ବୁଝାପଡୁନି । ଦୁଇ ଦଳ କି ପ୍ରକାର ରାଜନୈତିକ ଗୋଟି ଚାଳନା ଚଳାଇଛନ୍ତି ତାହା ବୁଝିବା କଷ୍ଟକର । ଅମିତ ଶାହ ଓଡ଼ିଶା ଆସି ଦଳୀୟ ନେତାଙ୍କୁ ଉଦବୋଧ ଦେଲା ବେଳେ ଓ ସାଧାରଣ ସଭାରେ ଭାଷଣ ଦେଲା ବେଳେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ଏବଂ ଆସନ୍ତା ନିର୍ବାଚନରେ ବିଜେଡିକୁ ହଟାଇ ବିଜେପି କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନିକମା ସରକାର ବୋଲି କହିଛନ୍ତି । ହେଲେ ନବୀନଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଫଳରେ ଦୁଇ ଦଳର ରାଜନୀତିକୁ ନେଇ କଂଗ୍ରେସ ସମାଲୋଚନା କରିବାକୁ ସୁଯୋଗ ପାଇଛି ।
ବିଜେପି କାର୍ଯ୍ୟକୁ ଯେତେବେଳେ ଅନ୍ୟସବୁ ବିରୋଧୀ ସମାଲୋଚନା କରୁଛନ୍ତି ଓ ବିରୋଧ କରୁଛନ୍ତି ସେହିସମୟରେ ବିଜେଡି ସମର୍ଥନ ଦେବାକୁ ଆଗେଇ ଆସୁଛି । ଏଥିପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ର ଦୁଇ ଦଳକୁ ସମାଲୋଚନା କରି ଯଥାର୍ଥରେ କହିଥିଲେ, ରାଜ୍ୟରେ କଳି କେନ୍ଦ୍ରରେ କୋଳାକୋଳି ।
ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ସିବିଆଇ ଭୟରେ ବିଜେଡି ସମର୍ଥନ ଦେଉଛି । କାରଣ ଚିଟଫଣ୍ଡ ଦୁର୍ନୀତିରେ ବିଜେଡିର ବହୁ ଏମ୍ପି ଓ ଏମଏଲଏ ସମ୍ପୃକ୍ତ ଥିବାରୁ ବାଧ୍ୟ ହୋଇ ସମର୍ଥନ ଦେଉଛି ବୋଲି ସେ କହିଥିଲେ ।ଅନ୍ୟପଟେ ଏହ।କୁ ଖଣ୍ଡନ କରିଛନ୍ତି ସୁରେଶ ପୂଜ।ରି ସେ କହିଛନ୍ତି ବିଜେପି ଏକ।ଏକି ଲଢିବ ନିର୍ବାଚନ ।ବିଜେଡ଼ି ସହ ମିତ୍ରତ। ଦୁରର କଥ। ଶତ୍ରୁତ। ପ।ଇଁ ବିଜେଡ଼ି ଯୋଗ୍ୟନୁହଁ ।

LEAVE A REPLY

Please enter your comment!
Please enter your name here