୪୪ ଫୁଟ ଗଭୀର ବୋରଓ୍ବେଲରେ ୩ ବର୍ଷ ଶିଶୁ: ଉଦ୍ଧାର କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

0
49

ପାଟନା: ବିହାର ମୁଙ୍ଗେର ଜିଲାରେ ଘଟିଛି ଏକ ଅଘଟଣ। ଖେଳୁଥିବା ସମୟରେ ୩ ବର୍ଷର ଶିଶୁ ୪୪ ଫୁଟ ଗଭୀର ପରିତ୍ୟକ୍ତ ବୋରଓ୍ବେଲରେ ଖସିପଡ଼ିଥିଲେ। ତାଙ୍କ ନାମ ସନା ବୋଲି ଜଣାପଡ଼ିଛି। ସନାଙ୍କ ଉଦ୍ଧାର ପାଇଁ ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଦୀର୍ଘ ୧୫ ଘଣ୍ଟା ଧରି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ୫୦ ଜଣ ଶ୍ରମିକଙ୍କୁ ନିଯୋଜିତ କରାଯାଇ ବୋରଓ୍ବେଲ ସହିତ ସମାନ୍ତରାଳ ଭାବେ ଗାତ ଖୋଳା ଜାରି ରହିଛି। ଇତିମଧ୍ୟରେ ୩୨ ଫୁଟରୁ ଅଧିକ ଗଭୀର ଗାତଖୋଳା ଯାଇଥିବା ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ସୂଚିତ କରାଯାଇଛି। ସନାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଏବଂ ସିସିଟିଭିରେ ସମସ୍ତ ସ୍ଥିତି ଅନୁଧ୍ୟାନ କରାଯାଉଛି। ଏନେଇ ଏଠାରେ ନିୟୋଜିତ ଥିବା ଡାକ୍ତର ଫୈଜ୍‌ ସୂଚିତ କରିଛନ୍ତି। ଉଦ୍ଧାର କାର୍ଯ୍ୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here