ବିଜେପି-କଂଗ୍ରେସରେ ପ୍ର।ଥୀ ସଂକଟ:ଅଙ୍କ କଷୁଛନ୍ତି ବରିଷ୍ଠ ନେତ।

0
133

ଭୁବନେଶ୍ୱର :୨୦୧୯ରେ ହେବ।କୁ ଥିବା ସ।ଧ।ରଣ ନିର୍ବାଚନକୁ ନେଇ ର।ଜ୍ୟର ସବୁ ର।ଜନୈତିକ ଦଳ ଚଳ ଚଞ୍ଚଳ । ଏହି ନିର୍ବାଚନକୁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତୃବର୍ଗ କ୍ରିୟ।ଶୀଳ ହୋଇ ହୋଇ ଉଠିଲେଣି । ରାଜନୈତିକ ଦଳଗୁଡିକ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀ ଚୟନ ପାଇଁ ରାଜନୈତିକ ଦଳଗୁଡିକ ବିଭିନ୍ନ ପ୍ରକାରର ମାନଦଣ୍ଡକୁ ଅବଳମ୍ୱନ କରୁଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଲା ଶାସକ ବିଜେଡିକୁ ଛାଡିଦେଲେ ସବୁ ରାଜନୈତିକ ଦଳ ଗୁଡିକରେ ପ୍ରାର୍ଥୀ ସଂକଟ ଦେଖାଦେଇଛି।

ସବୁଠାରୁ ବଡକଥ। ହେଲ। ବିରୋଧିଦଳଗୁଡିକ ପାଇଁ ପ୍ରାର୍ଥୀ ଯୋଗାଡ କରିବା ଯେତିକି ଚିନ୍ତା ଜନକ ଶାସକ ବିଜେଡି ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ତାହା ବେଶୀ ଅଡୁଆ ସୃଷ୍ଟି କରୁଛି। କାରଣ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଦିକୁ ଦିନ ବଢିବାରେ ଲାଗିଛି। ଆଗାମୀ ନିର୍ବାଚନରେ ପ୍ରତି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକଟ ପାଇବାକୁ ଅତି କମରେ ୧୫ ରୁ ୨୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ଅଣ୍ଟାଭିଡି ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେଡି ନେତୃତ୍ୱ ବିଚାରବିମର୍ଶ ଚଳାଇଛନ୍ତି। ଆଗାମୀ ନିର୍ବାଚନରେ ଯଦି
ଆଶାୟୀ ପ୍ରାର୍ଥୀମାନେ ଟିକଟ ନପାଇଲେ ଦଳ ଭିତରେ
ବିଦ୍ରୋହି କ।ର୍ଯ୍ୟକଳ।ପ ଯେପରି କରିନପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା ଆଲୋଚନା ହେଉଛି।

ସୁଚନ। ମୁତାବକ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଶାସକ ଦଳ ପକ୍ଷରୁ ଯେଉଁ ଆଧାରକୁ ଗ୍ରହଣ କରାଯିବ ତାହା ହେଉଛି, ଯେଉଁ ବିଧାୟକ ବା ସାଂସଦ ଲୋକପ୍ରିୟତା ହରାଇଥିବେ ସେମାନଙ୍କୁ ଦଳୀୟ ଟିକଟ ମିଳିବ ନାହିଁ। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ପକ୍ଷରୁ ଅନେକ ନୂଆ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ। ବିଜେଡିରେ ଅନେକ ନେତା ପ୍ରାର୍ଥୀ ହେବାକୁ ମନ ବଳାଉଥିଲେ ହେଁ ବିଜେଡି ସଭାପତି ନବୀନ ପଟନାୟକ ବିଜୟ ସମ୍ଭବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦେବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ ଏଥର ଆଉ ଲବି କାମ କରିବ ନାହିଁ ବୋଲି ଶୁଣାଯାଉଛି। ଯେଉଁମାନେ ଅସନ୍ତୁଷ୍ଟ ହେବେ ସେମାନେ ନବୀନ ପଟନାୟକଙ୍କ ବିରୋଧରେ ଯିବା ଆଶଙ୍କା କ୍ଷୀଣ ବୋଲି ଦଳର ନେତାମାନେ ମତ ଦେଇଛନ୍ତି।

ଆଗାମୀ ଦିନରେ ଶାସନ କ୍ଷମତାକୁ ଆସିବା ପାଇଁ ସଂଗ୍ରାମ କରୁଥିବା ବିଜେପିର ସ୍ଥିତି ବିଜେଡିଠାରୁ ଅଲଗା। କାରଣ ଏବେ ବି ବିଜେପିକୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଶାସକ ଦଳକୁ ଟକ୍କର ଦେଲା ଭଳି ପ୍ରାର୍ଥୀ ମିଳୁନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ଆସନରେ ବିଜୟ ଲକ୍ଷ୍ୟ ରଖିଥିବା ବିଜେପି ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ସଂକଟରେ ପଡିଛି। କେଉଁ ନେତାଙ୍କୁ ପ୍ରାର୍ଥୀ କରାଗଲେ ସେ ନିଶ୍ଚିତ ଜିତିବେ ତାହା ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତାଙ୍କ ଚିନ୍ତା ବଢାଇଦେଇଛି। ଏପରି ଅନେକ ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ଟାଣୁଆ ନେତାମାନେ ମୂଳ ବିଜେପି ନେତାମାନଙ୍କ ଦ୍ୱାରା ଦୁର୍ବ୍ୟବହାର ଶିକାର ହୋଇ ମନମାରି ବସିଯାଇଛନ୍ତି। ଆଗାମୀ ଦିନରେ ବିଜେଡିରୁ ଯେଉଁ ନେତାମାନେ ଟିକଟ ନ ପାଇବେ ସେମାନେ ଶେଷ ମୁହୁର୍ତ୍ତରେ ବିଜେପି ପ୍ରାର୍ଥୀ ହେବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କିନ୍ତୁ ସବୁଠାରୁ ବଡ କଥା ହେଉଛି ବିଜେପି ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ବୁଥ ସ୍ତରରୁ ସର୍ଭେ କାମ ଆରମ୍ଭ କରିଛି। ଏହି ରିପୋର୍ଟ ଆସିବା ପରେ ପ୍ରାର୍ଥୀ ଚୟନ କାମ ବିଜେପି ପାଇଁ ସହଜ ହେବ ବୋଲି ଦଳୀୟ ନେତା ମତ ବ୍ୟକ୍ତ କରିଛନ୍ତି।

ବିଗତ କିଛି ବର୍ଷ ହେଲା ସୁପ୍ତ ଅବସ୍ଥାରେ ଥିବା ରାଜ୍ୟ କଂଗ୍ରେସ ଏବେ ନିରଞ୍ଜନ ପଟନାୟକ ପିସିସି ସଭାପତି ହେବା ପରେ ଚଳଚଞ୍ଚଳ ହୋଇଛଠିଛି। ଅଗଷ୍ଟ ମାସ ସୁଦ୍ଧା ବର୍ତ୍ତମାନର ସମସ୍ତ ବିଧାୟକଙ୍କ ସମେତ ୬୦ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ ବୋଲି ପିସିସି ସଭାପତି ବାରମ୍ୱାର ଦୋହାରାଇ ଚାଲିଛନ୍ତି। ଯେଉଁମାନଙ୍କର ଦଳପ୍ରତି ଆନୁଗତ୍ୟ ଥିବ ଓ ସେମାନଙ୍କ ପରିବାରର ସଦସ୍ୟମାନେ ଆଗରୁ ଦଳ ପାଇଁ ନିଷ୍ଠାର ସହ କାମ କରିଥିବେ ସେହି ଭଳି ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ପକ୍ଷରୁ ମାନଦଣ୍ଡ ସ୍ଥିର କରାଯାଇଛି। କାରଣ ଏହି ଭଳି ନେତାମାନେ ମତଦାତାଙ୍କ ନିକଟରେ ସହଜରେ ପହଞ୍ଚିବା ସହିତ ବିରୋଧିଦଳ ପ୍ରାର୍ଥୀଙ୍କୁ କଡା ମୁକାବିଲା କରିପାରିବେ। ପିସିସି ତ।ର ଆଗ।ମୀ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି । ଏସବୁ ପରେ ର।ଜ୍ୟର ଭୋଟରବି ସବୁଦଳର ପ୍ର।ଥିଙ୍କ ଉପରେ ନଜର ରଖିଛନ୍ତି । ଅପରପକ୍ଷରେ ଆଗକୁ ଦେଖିବ।କୁ ବ।କି ରହିଲା ପ୍ର।ଥି ଚୟନରେ କେଉଁଦଳର ଅଙ୍ଗକଷ। ଠିକ ହେଉଛି ।

LEAVE A REPLY

Please enter your comment!
Please enter your name here