ଦେଶରେ ୨୭୭ଟି ନକଲି ଇଂଜିନିୟରିଂ କଲେଜ

0
38

ନୂଆଦିଲ୍ଲୀ: ଦେଶରେ ୨୭୭ଟି ନକଲି ଇଂଜିନିୟରିଂ କଲେଜ ରହିଛନ୍ତି । ସେଥିମଧ୍ୟରୁ ରାଜଧାନୀ ନୂଆଦିଲ୍ଲୀରେ ସର୍ବାଧିକ ୬୬ଟି ନକଲି ଇଂଜିନିୟରିଂ କଲେଜକୁ ଚିହ୍ନଟ କରାଯାଇଛି । କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂହ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସତ୍ୟପାଲଙ୍କ କହିବାନୁସାରେ ଦେଶରେ ବୈଷୟିକ ଜ୍ଞାନ (ଟେକ୍ନୋଲୋଜି) ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରୁ କେତେକ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ୍ (ଏଆଇସିଟିଇ) ମାନଦଣ୍ଡ ପୂରଣ କରୁନଥିଲେ ମଧ୍ୟ ଶିକ୍ଷାପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏଭଳି ଶିକ୍ଷାନୁଷ୍ଠାନଗୁଡିକୁ ନିୟମ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ନକଲି ତାଲିକାରେ ରଖାଯାଇଛି । ଏହି ଶିକ୍ଷାନୁଷ୍ଠାନଗୁଡିକୁ ଆଗାମୀ ଦିନରେ ଏକ ନିର୍ଦ୍ଧାରିତ ସମୟ ପ୍ରଦାନ କରାଯିବ, ଯେଉଁ ସମୟ ସୁଦ୍ଧା ସେମାନେ ଏଆଇସିଟିଇ ମାନଦଣ୍ଡ ପୂରଣ ଦିଗରେ କାର୍ଯ୍ୟକ୍ରମ ଶେଷ କରିବେ ନଚେତ୍ ଉକ୍ତ ଶିକ୍ଷାନୁଷ୍ଠାନଗୁଡିକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏସମ୍ପର୍କରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡିକୁ ନୋଟିସ୍ ଜାରି କରାଯିବ । ଅନ୍ୟପକ୍ଷେ ୟୁଜିସି ପକ୍ଷରୁ ଏହି ମାମଲାରେ ଉକ୍ତ ନକଲି ଶିକ୍ଷାନୁଷ୍ଠାନ ରହିଥିବା ରାଜ୍ୟ ମୁଖ୍ୟଙ୍କୁ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇସାରିଛି । ନକଲି ଶିକ୍ଷାନୁଷ୍ଠାନର ମାଲିକ, ପ୍ରତିଷ୍ଠାତା ତଥା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ରାଜ୍ୟ ମୁଖ୍ୟ ଗୁରୁ ଦାୟିତ୍ୱ ତୁଲାଇବାକୁ ଏଥିରେ କୁହାଯାଇଛି । ଏତଦ୍ବ୍ୟତୀତ ୟୁଜିସି ପକ୍ଷରୁ ଦେଶର ପ୍ରାୟ ୨୪ଟି ବିଶ୍ୱବିଦ୍ୟାଳୟକୁ ନକଲି ତାଲିକାରେ ରଖାଯାଇ ଏହାକୁ ନିଜ ୱେବ୍ସାଇଟ୍ରେ ଅପଲୋଡ୍ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି ଶିକ୍ଷାନୁଷ୍ଠାନଗୁଡିକରେ ଆଡମିଶନ୍ ନନେବା ପାଇଁ ପରାମର୍ଶ ମଧ୍ୟ ୟୁଜିସି ପକ୍ଷରୁ ଦିଆଯାଇଛି । ତେବେ ଏଦିଗରେ କେନ୍ଦ୍ର ସରକାର, ଏଆଇସିଟିଇ ଓ ୟୁଜିସି ମିଳିତ ଭାବେ କାର୍ଯ୍ୟକ୍ରମ ହାତକୁ ନେଉଥିବା ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି । ଦିଲ୍ଲୀ ବ୍ୟତୀତ ତେଲେଙ୍ଗାନାରେ ୩୫ଟି, ପ.ବଙ୍ଗରେ ୨୭ଟି, କର୍ଣ୍ଣାଟକରେ ୨୩ଟି, ଉତ୍ତରପ୍ରଦେଶରେ ୨୨ଟି, ହିମାଚଳପ୍ରଦେଶରେ ୧୮ଟି, ବିହାରରେ ୧୭ଟି, ତାମିଲନାଡୁରେ ୧୧ଟି, ମହାରାଷ୍ଟ୍ରରେ ୧୬ଟି, ଗୁଜରାଟରେ ୮, ଆନ୍ଧ୍ରପ୍ରଦେଶରେ ୭ଟି, ଚଣ୍ଡୀଗଡରେ ୭ଟି, ପଞ୍ଜାବରେ ୫ଟି, ରାଜସ୍ଥାନରେ ୩ଟି ଓ ଉତ୍ତରାଖଣ୍ଡରେ ୩ଟି ଶିକ୍ଷାନୁଷ୍ଠାନକୁ ନକଲି (ଜାଲ୍) ତାଲିକାରେ ସାମିଲ କରାଯାଇଥିବା ସତ୍ୟପାଲ କହିଛନ୍ତି

LEAVE A REPLY

Please enter your comment!
Please enter your name here