୨୦୧୭ର ଶ୍ରେଷ୍ଠ ଏମ୍‌ପି ଭ।ବେ ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଆଜି କରିବେ ପୁରସ୍କୃତ

0
57

ନୂଆଦିଲ୍ଲୀ: ପ।ର୍ଲ।ମେଣ୍କରେ ଉପସ୍ଥିତ ଆଧ।ର ସହ ସକ୍ରିୟ ସଦସ୍ୟତା ପାଇଁ ୨୦୧୭ ବର୍ଷର ଶ୍ରେଷ୍ଠ ଏମ୍‌ପି ଭାବେ ପୁରସ୍କାର ପାଇବେ ବିଜୁ ଜନତା ଦଳ (ବିଜେଡି) ଏମ୍‌ପି ତଥା ଲୋକ ସଭାରେ ଦଳର ନେତା ଭର୍ତ୍ତୃହରି ମହତାବ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିବେ। ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ୍‌ ନବୀ ଆଜାଦ, ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଦୀନେଶ ତ୍ରିବେଦୀ ପ୍ରମୁଖ ମଧ୍ୟ ପୁରସ୍କୃତ ହେବେ।

ପାର୍ଲାମେଣ୍ଟରେ ଅଭିଜ୍ଞତା, ଗୃହରେ ବିତର୍କବେଳେ ଉତ୍ତମ ଉପସ୍ଥାପନା, ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଯୁକ୍ତିଯୁକ୍ତ ମତ ଏବଂ ଗୃହରେ ଉଠୁଥିବା ବିଷୟ ସମ୍ପର୍କରେ ଜ୍ଞାନ ଆଦି ଦିଗକୁ ତର୍ଜମା କରାଯାଇ ଶ୍ରେଷ୍ଠ ଏମ୍‌ପିଙ୍କୁ ଚୟନ କରିବାର ବ୍ୟବସ୍ଥା ରହିଛି। ଭାରତୀୟ ସଂସଦୀୟ ଗ୍ରୁପ୍‌ (ଆଇପିଜି) ଏହି ଦାୟିତ୍ୱ ସମ୍ପନ୍ନ କରିଥାଏ। ପୂର୍ବତନ ରାଜ୍ୟ ସଭା ସଦସ୍ୟ ହେପ୍‌ତୁଲ୍ଲା ୨୦୧୩ ବର୍ଷ ଏବଂ ଲୋକ ସଭା ସଦସ୍ୟ ହୁକୁମ୍‌ଦେବ ନାରାୟଣ ଯାଦବ ୨୦୧୪ ପାଇଁ ଶ୍ରେଷ୍ଠ ପାର୍ଲାମେଣ୍ଟ ସଦସ୍ୟ ଭାବେ ବିବେଚିତ ହୋଇଛନ୍ତି। ଉଭୟେ ଭାଜପା ନେତା। ୨୦୧୫ ଓ ୨୦୧୬ ପାଇଁ ଯଥାକ୍ରମେ ଶ୍ରେଷ୍ଠ ଏମ୍‌ପି ଭାବେ ପୁରସ୍କୃତ ହେବେ କଂଗ୍ରେସ ନେତା ଆଜାଦ ଓ ଟିଏମ୍‌ସିର ଲୋକ ସଭା ସଦସ୍ୟ ଦୀନେଶ। ଏହି ପାଞ୍ଚ ଜଣଙ୍କୁ ପୁରସ୍କୃତ କରିବା ଲାଗି ପାର୍ଲାମେଣ୍ଟ ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ। ବୁଧବାର ପୁରସ୍କାର ବିତରଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here