ବବୁଆ ନିଜ ବ।ପ।କୁ ମ।ରିଦେଇଥ।ନ୍ତ। !

0
56

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଗୁରାଲି ଗାଁରେ ହୋଇଥିବା ଧରମପୁଅଙ୍କ ଅଧର୍ମ କାର୍ଯ୍ୟ ପଦାକୁ ଆସିଛି । ଧମରବାପା-ମାଙ୍କୁ ହତ୍ୟା କରିବା ପରେ ଧରମ ଭଉଣୀକୁ ଦୁଷ୍କର୍ମ କରିବାକୁ ଧରମପୁଅ ବବୁଆ ମହାନ୍ତି ଗିରଫ ହୋଇଛି । ଗିରଫ ହେବା ପରେ ସେ ଗଣମାଧ୍ୟମକୁ ହତ୍ୟା କରିଥିବା ନେଇ ଖୋଲାଖୋଲି କହିଛି । ହତ୍ୟା ପଛରେ ପ୍ରତିଶୋଧ ହେଉଛି ମୁଖ୍ୟ କାରଣ ବୋଲି ବାବୁଆ ଗିରଫ ହେବା ପରେ ଗଣମାଧ୍ୟମକୁ ବୟାନ ଦେଲାବେଳେ କହିଛି । କିନ୍ତୁ ହତ୍ୟା ପଛରେ ଅନ୍ୟ କାରଣ ବୋଲି ଭଦ୍ରକ ଏସପି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ୨ଲକ୍ଷ ଟଙ୍କା ପାଇଁ ବବୁଆ ଏହି ହତ୍ୟା କରିଥିବା ସେ କହିଥିଲେ । ହେଲେ ବବୁଆଙ୍କ ପତ୍ନୀ ଏକ ବୈଦୁତିକ ଗଣମାଧ୍ୟମରେ ସାକ୍ଷାତକାର ଦେଲାବେଳେ ଟଙ୍କା ବିଷୟକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । ଆଉ ପ୍ରତିଶୋଧ ପାଇଁ ତାଙ୍କ ସ୍ୱାମୀ ଏଭଳି କରିଥିବା କହିଥିଲେ । ଏହି ପ୍ରତିଶୋଧ ପରାୟଣ ହୋଇ ବବୁଆ ଏପରି କରିଥିବା ଯାହା ସେ କହିଥିଲା ସେଥିରେ ଏବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜଣାପଡ଼ିଛି । କୁହାଯାଉଛି ବାବୁଆର ବାପାଙ୍କ ସହ ମୃତ ରବୀନ୍ଦ୍ରଙ୍କ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିଲା । ନିଜ ବାପାଙ୍କ ବିରୋଧରେ ଏଭଳି ଅଭିଯୋଗ ମଧ୍ୟ ପୁଲିସ ଆଗରେ କହିଥିବା ନେଇ ଆଲୋଚନା ହେଉଛି ।
ବବୁଆଙ୍କ ପିତା କୁଳମଣୀ ଜଣେ ଶିକ୍ଷକ । ତାଙ୍କର ଅନ୍ୟ ପିଲାମାନେ ଅଛନ୍ତି । ସେମାନଙ୍କ ଭିତରେ ବାବୁଆ ସମ୍ପୂର୍ଣ୍ଣ ଭିନ୍ନ । ସବୁବେଳେ ଗଣ୍ଡଗୋଳ କରେ । ଘରୁ ଚାଲିଆସି ଭୁବନେଶ୍ୱରରେ ରହୁଛି । ଏଠାରେ ବାହାସାହା ହୋଇଛି । ତାର ଗୋଟିଏ ସନ୍ତାନ ଅଛି । ବବୁଆ ଓ ତା ସ୍ତ୍ରୀ ପ୍ରତିଶୋଧ କଥା କହୁଛନ୍ତି । ବବୁଆ ଫେରାର ନ ହୋଇ ଆତ୍ମସମର୍ପଣ କରିବା କଥା ତାର ସ୍ତ୍ରୀ ପରାମର୍ଶରେ କରିଛି । ବବୁଆ ଯେଉଁ କାଣ୍ଡ କଲା ସେଥିରେ ତାଙ୍କ ପିତାଙ୍କ ସହ ରବୀନ୍ଦ୍ରଙ୍କ ପତ୍ନୀ ଭକ୍ତିଲତାଙ୍କ ସହ ଅନୈତିକ ସମ୍ପର୍କ ଯୋଗୁ ଏଭଳି କରିଛି । ଏଥିରେ କୁହାଯାଉଛି ପିତାଙ୍କର ଏପରି ଅନୈତିକ ସମ୍ପର୍କ ଯୋଗୁ ଭକ୍ତିଲତା ତାଙ୍କ ମାଆଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏପରି କି ସାବଳ ପକାଇ ଚଢ଼ିଯାଉଥିଲେ । ତାଙ୍କ ମାଆଙ୍କୁ ନିର୍ଯାତନା ଦିଆଯିବା ଓ ଅକାଳ ବିୟୋଗ ଘଟିବାର ମୁଖ୍ୟ କାରଣ ମଧ୍ୟ ଏହି ଅନୈତିକ ସମ୍ପର୍କ । ସେ ଛୋଟବେଳେ ସପ୍ତମଶ୍ରେଣୀରେ ପଢ଼ୁଥିଲା ସମୟରେ ଯେଉଁ ସବୁ ଘଟଣା ଘଟିଥିଲା ତା ମନରେ ଗଭୀର ରେଖାପାତ କରିଥିଲା । ମା’ଙ୍କ ବିୟୋଗ ପରେ ସେ ବଡ଼ ହେଲେ ପ୍ରତିଶୋଧ ନେବ ବୋଲି ନିଷ୍ପତ୍ତି ନେଇଥିଲା । ଏଥିପାଇଁ ୪/୫ ଥର ଉଦ୍ୟମ କରି ଫେଲ ମାରିଲା ପରେ ଶେଷରେ ସଫଳ ହୋଇଛି । ଧରମଭଉଣୀକୁ ମଧ୍ୟ ମାରିବା ପାଇଁ ଯୋଜନା କରିଥିଲା । କିନ୍ତୁ ଶେଷରେ ତା ମନରେ ଯେଉଁ କାମ ବାସନା ଆସିଲା ସେଥିରେ ସେ ହଡ଼ବଡ଼େଇ ଯାଇଥିଲା । ଦୁଷ୍କର୍ମ କରିବା ପରେ ମାରିବାକୁ ଉଦ୍ୟମ କଲା ସମୟରେ ଅନ୍ୟ ଲୋକ ଆସି ପହଞ୍ôଚଯାଇଥିଲେ । ଫଳରେ ଝିଅଟି ବଞ୍ôଚଯାଇଥିଲା । ଯଦି ତା ମନରେ କାମ ବାସନା ଆସି ନଥାନ୍ତା ତେବେ ସଙ୍ଗେ ସଙ୍ଗେ ମାରିବାକୁ ଉଦ୍ୟମ କରିଥିଲେ ପ୍ରାୟ ସଫଳ ହୋଇପାରିଥାନ୍ତା ।
ବାବୁଆର ପିତା କୁଳମଣି କହିଛନ୍ତି ବାବୁଆ ଆରମ୍ଭରୁ ଜଣେ ଗଣ୍ଡଗୋଳିଆ ପିଲା । କଥାକଥାକେ ମାରପିଟ ଓ ଗଣ୍ଡଗୋଳ କରୁଥିଲା । ବହୁ ଅଭିଯୋଗ ଆସୁଥିଲା ତାଙ୍କ ପାଖକୁ । ତେଣୁ ସେ ବାବୁଆକୁ ଘରକୁ ଆସିବାକୁ ବାରଣ କରିଥିଲେ । ଏ ଯେଉଁ ଘୃଣ୍ୟ କାର୍ଯ୍ୟ କଲା ସେଥିପାଇଁ ମୁଁ ଲଜ୍ଜିତ । ତାକୁ ଗଠୋର ଓ ସର୍ବୋଚ୍ଚ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି । କୁଳମଣି ହେଉଛନ୍ତି ତାଳଶିଖା ଗାଁର ଜଣେ ଆଦର୍ଶ ଶିକ୍ଷକ । ତାଙ୍କର ୪ ପୁଅ ଏମାନଙ୍କ ଭିତରେ ବବୁଆ ହେଉଛି ସାନପୁଅ । ଯୁକ୍ତ ୨ ପରୀକ୍ଷାରେ ଫୋଲ ହୋଇଥିଲା । କିନ୍ତୁ ବବୁଆ ସ୍ୱପ୍ନ ବିଳାସୀ ପିଲା ଥିଲା । ୧୦ ବର୍ଷ ତଳେ ଘରୁ ଛାଡ଼ି ପଳାଇଆସି ଭୁବନେଶ୍ୱରରେ ରହୁଥିଲା । ଏଠାରେ ରହି ହୋଟେଲରେ କାମ କରୁଥିଲା । ଏଠି ବିବାହ ମଧ୍ୟ କରିଥିଲା । ତାର ଗୋଟିଏ ଝିଅ ଅଛି । ରବୀନ୍ଦ୍ରଙ୍କ ପରିବାର ସହ ବାବୁଆଙ୍କ ନିବିଡ଼ତା ୨ ବର୍ଷ । ଉଭୟ ପରିବାରଙ୍କ ଘର ଗୋଟିଏ ଗାଁରେ । ପ୍ରାୟ ୫୦ ମିଟର ବ୍ୟବଧାନରେ ଦୁଇଜଣଙ୍କ ଘର । ବବୁଆ ଯେତେବେଳେ ଭୁବନେଶ୍ୱରରୁ ଗାଁକୁ ଯାଏ ନିଜ ଘରକୁ ନ ଯାଇ ରବୀନ୍ଦ୍ରଙ୍କ ଘରେ ରହେ । ରବୀନ୍ଦ୍ରଙ୍କ ପରିବାର ସହ ଅତି ନିବିଡ଼ ସମ୍ପର୍କ ସେ ରଖିଥିଲା ।

LEAVE A REPLY

Please enter your comment!
Please enter your name here