ପୌରୁଷତ୍ୱର ପ୍ରମାଣ ଦେବା ପାଇଁ ଅନ୍ୟ ମହିଳାଙ୍କ ସହ ସହବାସର ଭିଡିଓ କଲେ ଭାଇରାଲ

0
17

ଚେନ୍ନାଇ: ଦୀର୍ଘ ବର୍ଷ ଧରି ପିଲାଛୁଆ ନହେବାରୁ ସ୍ୱାମୀଙ୍କୁ ନପୁଂସକ କହି ଗାଳିଗୁଲଜ କରିବା ସହ ବିବାହ ବିଚ୍ଛେଦ କରିବାକୁ ଦାବି କରିବା ଭଳି ଏକ ଘଟଣା ତାମିଲନାଡ଼ୁର ଚେନ୍ନାଇ ସହରରେ ଦେଖିବାକୁ ମିଳିଛି। ଏହାସହ ମହିଳାଜଣଙ୍କ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି। ତେବେ ସ୍ତ୍ରୀଙ୍କ ଏପରି ଅଶାଳୀନ ମନ୍ତବ୍ୟ ଓ ଅପମାନରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ସ୍ୱାମୀ ଏଭଳି ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି, ଯାହା ଶୁଣିଲେ କାହାରିକୁ ମଧ୍ୟ ବିଶ୍ୱାସ ହେବ ନାହିଁ। ମହିଳା ଓ ତାଙ୍କ ବାପଘରଲୋକଙ୍କୁ ନିଜର ପୌରୁଷତ୍ୱର ପ୍ରମାଣ ଦେବା ପାଇଁ ସ୍ୱାମୀଜଣଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ଏହାର ଏକ ଭିଡିଓ ଭାଇରାଲ କରିଛନ୍ତି। ଏହି ଭିଡିଓକୁ ସେ ତାଙ୍କ ପତ୍ନୀ, ତାଙ୍କ ଖୁଡ଼ୀ ଏବଂ ଶ୍ୱଶୁରଙ୍କ ପାଖକୁ ପଠାଇ ନିଜର ପୌରୁଷତ୍ୱର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି। ଏଥିରେ ସେ ଉଲ୍ଲେଖ ମଧ୍ୟ କରିଛନ୍ତି ଯେ, ‘ ଦେଖ୍ ମୋର ପୁରୁଷପଣିଆ ଅଛି ନା ନାହିଁ’। ତେବେ ଅଶ୍ଳୀଳ ଭିଡିଓ ଭାଇରାଲ, ପତ୍ନୀଙ୍କୁ ଅସଦାଚରଣ, ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଆଦି ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ଖବର ମୁତାବକ, ୨୦୧୬ ରେ ଅନୁଷ୍କା ଓ ବିଶ୍ୱାବସୁଙ୍କର ବିବାହ ହୋଇଥିଲା। ମାତ୍ର ୧୫ଦିନ ସେମାନେ ଏକାଠି ରହିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା। ଏଥିରେ ଅନୁଷ୍କା ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ଏହାର କିଛି ମାସ ପରେ ଅନୁଷ୍କା ବିଶ୍ୱାବସୁଙ୍କ ସହ ବିବାହ ବିଚ୍ଛେଦ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ବିଚ୍ଛେଦର କାରଣରେ ସ୍ୱାମୀ ନପୁଂସକ ବୋଲି ଉଲ୍ଲେଖ କରିଥିଲେ।

LEAVE A REPLY

Please enter your comment!
Please enter your name here