ଏକ ବର୍ଷରେ ରୋଟ।ରୀ ଲଗ।ଇବ ୧୦ ହଜାର ଗଛ

0
40

ବର୍ଷକ ମଧ୍ୟରେ ରୋଟାରୀ କ୍ଲବ ତୋଷାଳୀ, ରାଜଧାନୀ ଓ ଏହାର ଆଖପାଖରେ ୧୦ହଜାର ବୃକ୍ଷ ରୋପଣ କରିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ହଜାର ଗଛ ଲଗାଯାଇ ସାରିଥିବା କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସ୍ଥାନୀୟ ହାଇଟେକ୍‍ ମେଡିକାଲ କଲେଜ ପରିସରରେ ଔଷଧଧିୟ ବୃକ୍ଷ ରୋପଣ ଅବସରରେ ଏହି ସୂଚନା ଦେଇଛନ୍ତି ରୋଟାରୀ କ୍ଲବ ଭୁବନେଶ୍ୱର ତୋଷାଳୀ ସମ୍ପାଦକ ଆଡଭୋକେଟ ସୁକାନ୍ତ କୁମାର ସାହୁ ।

କ୍ଲବ ପକ୍ଷରୁ କୁହାଯାଇଛି ଯେ ବର୍ଷକ ମଧ୍ୟରେ ୧୦ହଜାର ବୃକ୍ଷରୋପଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଆଜି ହାଇଟେକ ମେଡିକାଲ ପରିସରରେ ଗୋଲମରିଚ, ବେଲ, ଘିକୁଆଁରୀ, ଅଶୋକା, ଲିମ୍ବ, ଚନ୍ଦନ, ଅଁଳା, ବାହାଡା, ହରିଡା ଆଦି ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରୋଟାରୀ ତୋଷାଳୀର ସଭାପତି ଯଜ୍ଞାଶିଷ ମହାପାତ୍ର ପୌରହିତ୍ୟ କରିଥିବାବେଳେ ପୂର୍ବତନ ପ୍ରଶାସକ ତଥା ରୋଟାରୀର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶିବବ୍ରତ ଦାସ ଯୋଗ ଦେଇଥିଲେ । ହାଇଟେକ ମେଡିକାଲ କଲେଜର ଅନ୍ନପୂର୍ଣ୍ଣା ବେହେରା ଓ ମାନସୀ ପଲେଇଙ୍କ ସମେତ ରୋଟାରୀ କ୍ଲବର ସନ୍ତୋଷ କୁମାର ସାହୁ, ଶକ୍ତିକାନ୍ତ ଦାଶ, ସାକ୍ୟସିଂହ ପଟ୍ଟନାୟକ, ଦୀନ ଦୟାଲ ସ୍ୱାଇଁ, ପ୍ରମୋଦ ମହାରଣା ଆଦି ଉପସ୍ଥିତ ଥିଲେ ।

ଭୁବନେଶ୍ବର:ରୋଟାରୀ କ୍ଲବ ତୋଷାଳୀ ପକ୍ଷରୁ ରସୁଲଗଡ ସ୍ଥିତ ସେବାଶ୍ରମ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଯୋଜନାନାରେ ଔଷଧିୟ ବଗିଚା ସୃଷ୍ଟି କରାଯାଇଥିବାବେଳେ ଜ୍ଞାନଭାରତୀ ବିଦ୍ୟାଳୟ ପରିସରରେ ଫଳ ବଗିଚା ପାଇଁ ବୃକ୍ଷରୋପଣ ହୋଇଛି ।

ଔଷଧୀୟ ବଗିଚାରେ ଅଁଳା, ହରିଡା, ବାହାଡା ସହିତ ତେଜପତ୍ର ଓ ଡାଳଚିନି ଆଦି ବୃକ୍ଷ ରୋପଣ ହୋଇଛି । ଏଥି ସହିତ ପରିବେଶ ଉପଯୋଗୀ ନିମ୍ବ, ବଉଳ, ବର, ୱସ୍ତ ଆଦି ଗଛ ଲଗାଯାଉଛି ।

ବର୍ଷାଋତୁ ଅବସରରେ ରୋଟାରୀ କ୍ଲବର ସଦସ୍ୟମାନେ ପ୍ରତି ସପ୍ତାହରେ ରାଜଧାନୀ ଓ ଏହାର ଉପକଣ୍ଠରେ ବୃକ୍ଷରୋପଣ କାର୍ଯ୍ୟ ଚଳାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣା ବେକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଶ୍ରୀ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here