ଡେଙ୍ଗୁ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲା ଆଗରେ

0
54

ଭୁବନେଶ୍ୱର: ଡେଙ୍ଗୁ ଭଳି ମାରାତ୍ମକ ରୋଗର ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିନିମନ୍ତେ ବିଜ୍ଞାପନ, ପ୍ରଚାର ପ୍ରସାର ଓ ସଚେତନତା ନାଁରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଡେଙ୍ଗୁ ପ୍ରକୋପ ହ୍ରାସ ହେବା ପରିବର୍ତ୍ତେ ଭୟଙ୍କର ରୂପ ଧାରଣ କରିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ହାର ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବ୍ରଜ କିଶୋର ବ୍ରହ୍ମା ସ୍ୱୀକାର କରିଛନ୍ତି । ଗତ ବର୍ଷ ରାଜ୍ୟରେ ସମୁଦାୟ ୨୦ ହଜାର ରକ୍ତ ନମୁନା ସଂଗ୍ରହ ହୋଇଥିଲା । ସେଥିମଧ୍ୟରୁ ୪୮ରୋଗୀଙ୍କ ଶରୀରରେ ଡେଙ୍ଗୁ ଭୂତାଣୁ ମିଳିଥିଲା । ଚଳିତ ବର୍ଷ ଜୁନ ମାସରେ ସମଗ୍ର ରାଜ୍ୟରୁ ୧୦ ହଜାର ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୪୫ଜଣ ପଜିିଟିଭ୍ ଥିବା ଜଣାପଡିଥିଲା । ସେହିଭଳି ଜୁଲାଇ ମାସରେ ୫୦୩୮ ଜଣ ରେଗୀଙ୍କ ରକ୍ତ ନମୂୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୪୦୭ ରୋଗୀଙ୍କ ଶରୀରରେ ଡେଙ୍ଗୁ ଭୂତାଣୁ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ସୁଚନା ଦେଇଛନ୍ତି ।
ବିଭାଗୀୟ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ , ଜୁଲାଇ ୧୦ ସୁଦ୍ଧା ରାଜ୍ୟରେ ୫୦୩୮ ଜଣ ରୋଗୀଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ସେଥିମଧ୍ୟରୁ ୪୦୭ଜଣଙ୍କଠାରେ ଡେଙ୍ଗୁ ପଜେଟିଭ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬ ରେ ପହଞ୍ଚିଥିବା ବେଳେ ତିନି ଜଣ ରୋଗୀଙ୍କର ମୃତୁ୍ୟ ହୋଇଛି । ରାୟଗଡ଼ାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ରହିଥିବା ବେଳେ କଟକରେ ୯୨, ପୁରୀରେ ୩୦, ଯାଜପୁରରେ ୨୬, ନୟାଗଡ଼ରେ ୨୦, ଭଦ୍ରକରେ ୧୮, ବାଲେଶ୍ୱରରେ ୨୧, ଝାରସୁଗୁଡ଼ାରେ, ଜଗତସିଂହପୁରରେ ୧୪, କେନ୍ଦ୍ରାପଡ଼ାରେ ୧୦, ଗଞ୍ଜାମରେ ୧୧, କେନ୍ଦୁଝର ୮, ଗଜପତି , ଢେଙ୍କାନାଳରେ ୭, ମୟୂରଭଂଜରେ ୨, ଅନୁଗୁଳରେ ୮, କେରାପୁଟ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କନ୍ଧମାଳରେ ଜଣେ ଲେଖାଏ, ସମ୍ବଲପୁର ୨ ଜଣ ଏବଂ ଅନ୍ୟାନ୍ୟ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚଛି । ଗତ ବର୍ଷ ଜୁଲାଇ ସୁଦ୍ଧା ୨୦୨୭ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୨୦୨ଜଣଙ୍କର ପଜେଟିଭ ଆସିଥିଲା । ଏଥର ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ୨୭୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ବିଏମ୍ସି ଅଧିନରେ ୨୬୦ ଓ ଅନ୍ୟାନ୍ୟ ଅଂଚଳରେ ୧୬ ଜଣଙ୍କ ପଜେଟିଭ୍ ଆସିଛି । ବିଡିଏ କଲୋନୀ ଚନ୍ଦ୍ରଶେଖରପୁରରୁ ୧୪୧, ନୟାପଲ୍ଲୀରେ ୩୪, ଜୟଦେବ ବିହାରରେ ୨ଜଣ ରୋଗୀ ଡେଙ୍ଗୁ ଜ୍ୱରରେ ପୀଡିତ ଥିବା ଜଣାପଡ଼ିଛି । ଯୁନିଟ୍ ୬, ସତ୍ୟବିହାର, ମଂଚେଶ୍ୱର, ଆଚାର୍ଯ୍ୟବିହାର, ନାଗେଶ୍ୱରଟାଙ୍ଗି, ବରଗଡ଼ ଆଦି ଅଞ୍ଚଳରେ ଜଣେ ଲେଖାଏଁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
ଅପରପକ୍ଷରେ ରକ୍ତନମୁନା ପରୀକ୍ଷା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ନିମନ୍ତେ ୩୮ ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୫ଟି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ରାଉକେଲା ଆଇଜିଏଚ୍ ସହ ଭୁବନେଶ୍ୱର ଏବଂ କଟକ ମୁ୍ୟନିସିପାଲିଟି ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ନିମନ୍ତେ ମାଗଣା ସାମ୍ପୁଲ ଟେଷ୍ଟ, ମାଗଣା ଚିକିତ୍ସା, ମାଗଣା ରକ୍ତ ଯୋଗାଇ ଦିଆଯାଉଛି । ଡେଙ୍ଗୁ ମକାବିଲା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି କରାଯାଇଛି । ଏଦିଗରେ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ଜଲ୍ଲାପାଳ, ସିଡିଏମଓଙ୍କୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ସେହିଭଳି ବେସରକାରୀ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କୁ ଭର୍ତ୍ତି ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇବା ଲାଗି ନିଦେ୍ର୍ଦଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବ୍ରଜ କିଶୋର ବ୍ରହ୍ମା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here