ନବୀନଙ୍କ ଚିଟଫଣ୍ଡ ନବରତ୍ନ : ନିରଞ୍ଜନ

0
87

ଭୁବନେଶ୍ୱର: ଏବେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଟର୍ଗେଟରେ ର।ଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ନବୀନ କ୍ଷମତାକୁ ଲୋଭ କରି ଚିଟଫଣ୍ଡ ଟଙ୍କାରେ ତାଙ୍କ ଶାସନ ଚଳାଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନିରଞ୍ଜନ। ନିଜର ଟୁଇଟର ଏଭଳି ଏକ ପୋଷ୍ଟ କରି ନବୀନଙ୍କ ୯ ଜଣ ନେତାଙ୍କୁ ନବରତ୍ନର ଆଖ୍ୟା ଦେଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ।

ଏହି ୯ ଜଣ ନେତାଙ୍କ ମଧ୍ୟରେ ରହିଛନ୍ତି ନବୀନଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ। ସେମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ ପ୍ରଣବ ବଳବନ୍ତ ରାୟ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟ, ସାଂସଦ ରାମଚନ୍ଦ୍ର ହାଁସଦା, ରବି ଜେନା ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ।

ନିରଞ୍ଜନଙ୍କ ଏହି ଟୁଇଟକୁ ନେଇ ସାଧାରଣରେ ଜୋରଦାର ଚର୍ଚା ହେଉଛି । ଗୋଟିଏ ପଟେ ଚିଟଫଣ୍ଡ ମାମଲାରେ ବିଜେଡି ନେତାମାନେ ସିବିଆଇର ଜେରା ହେବା । ଗିରଫ ହୋଇ ଜେଲ ଯାଇ ବେଲରେ ଆସିବା ପରେ ଘଟଣା ଘଟିଥିବା ବେଳେ ଏବେ ନିରଞ୍ଜନଙ୍କ ଟୁଇଟକୁ ନେଇ ଜୋରଧରିଛି ରାଜନୀତି ।
ସେ ର।ଜ୍ୟର ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଛି ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ସେବା ବର୍ତମାନ ଆଇସିୟୁରେ ଅଛି।

ଶ୍ରୀ ପଟ୍ଟନାୟକ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ ଏପରି ୧୫ଟି ଘଟଣା ଘଟିଛି ଯେଉଁ ଠାରେ ଆମ୍ୱୁଲାନ୍ସ ଆସି ପହଞ୍ଚି ନାହିଁ। ସରକାରୀ ଡାକ୍ତରଖାନାରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ ନେଇ ଶ୍ରୀ ପଟ୍ଟନାୟକ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ଓଡିଶାର ସ୍ୱାସ୍ଥ୍ୟାବସ୍ଥା ଆଇସିୟୁରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here