ଅଗଷ୍ଟ ଶେଷ ସୁଦ୍ଧା ମିଳିବ କୃଷି ବୀମା: ଧର୍ମେନ୍ଦ୍ର ପ୍ରଧାନ

0
97

ଭୁନନେଶ୍ୱର: ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ଚାଷୀମାନଙ୍କୁ କୃଷି ବୀମା ବାବଦ ଅର୍ଥ ମିଳିବ । ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଥିନେଇ ସେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ତାଙ୍କ ସହ ଯାଇ ଆଲୋଚନା କରିଥିଲେ । ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି କୃଷି ବୀମା ବାବଦରେ ଯେଉଁ ବକେୟା ଅର୍ଥ ରହିଛି ତାହା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି କରିଛନ୍ତି । ଏହି କମିଟିରେ କୃଷି, ଅର୍ଥ, ରାଜ୍ୟ ସରକାର ଓ ବୀମା କମ୍ପାନୀଙ୍କ ପ୍ରତିନିଧିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବୀମା ମିଳିବ ।

LEAVE A REPLY

Please enter your comment!
Please enter your name here