ମନୋରଞ୍ଜନ ପ୍ରତି ସ।ବଧ।ନ

0
65

ମଣିଷର ମନ ଦୁର୍ବଳ ହେବାର ପ୍ରଧାନ କାରଣ ହେଉଛି ଅସ୍ୱସ୍ଥ ମନୋରଂଜନ । ପ୍ରତ୍ୟେକ ମନୁଷ୍ୟ ପ୍ରେମ ଓ ଆନନ୍ଦର ଅନ୍ୱେଷଣ କରୁଛନ୍ତି ଏବଂ ଏହାର ପ୍ରାପ୍ତି ନିମନ୍ତେ ଅନଭିଜ୍ଞ ଭାବରେ ମନୋରଂଜନର ଦୁନିଆ ଆଡ଼କୁ ଅଗ୍ରସର ହୋଇଥାନ୍ତି । ବର୍ତ୍ତମାନ ବୈଜ୍ଞାନିକ ଯୁଗରେ ଆବିଷ୍କାର ପରେ ଆବିଷ୍କାର ହୋଇ ଚାଲିଛି । ସବୁ ସମୟରେ ନୂତନ ଆବିଷ୍କାର, ମଣିଷର ଖାଦ୍ୟପେୟ ଚାଲିଚଳଣୀ, ହାବଭାବ, ରଙ୍ଗଢ଼ଙ୍ଗ ଅର୍ଥାତ୍‍ ସମ୍ପୂର୍ଣ୍ଣ ଜୀବନଶୈଳୀକୁ ପରିବର୍ତ୍ତିିତ କରିଦେଇଛି । ବିଜ୍ଞାନ ମଣିଷ ଆଗରେ ସବୁ ପ୍ରକାର ସୁଖ ସୁବିଧାର ଭଣ୍ଡାର ପ୍ରଦାନ କରିଛି । ମନୁଷ୍ୟକୁ ମନୋରଂଜନ ଏବଂ ଆରାମ ପ୍ରଦାନ କରିବା ପାଇଁ ଯାହା ଆବିଷ୍କାର ହୋଇଛି ତାହା ମାନବ ହିତ ପାଇଁ ହୋଇଛି । କିନ୍ତୁ ମଣିଷର ଅବିବେକିତା ପାଇଁ ଏହିସବୁ ଆବିଷ୍କାରକୁ ନକରାତ୍ମକ ରୂପରେ ନିଆଗଲାଣି । ଯେପରି ଟିଭି, କମ୍ପ୍ୟୁଟର, ଇଣ୍ଟରନେଟ୍‍, ମୋବାଇଲ୍‍ ଇତ୍ୟାଦି ଦୂରସଂଚାରକୁ ନୂତନ ଦିଗ୍‍ଦର୍ଶନ ଦେଇଛି ସତ; କିନ୍ତୁ ମନୁଷ୍ୟର ମର୍ଯ୍ୟାଦାହୀନ ଆଚରଣ ଦ୍ୱାରା ସେହି ବରଦାନ ଅଭିଶାପରେ ରୂପାନ୍ତରିତ ହୋଇଛି । ଆଜିର ଟିଭି କାର୍ଯ୍ୟକ୍ରମ ଏବଂ ବିଜ୍ଞାପନରେ ଅଶ୍ଳୀଳତାର ବୃଦ୍ଧି ଘଟିଛି । ଲେକାମାନେ ନିଜ ପରିବାର ସହିତ ବସି ଟିଭି ଦେଖିବାରେ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେମାନଙ୍କୁ ଜଣା ଅଛି ଯେ, ଯାହା ପ୍ରଦର୍ଶିତ ହେଉଛି ତାହା ଭଲ ସଂସ୍କାର ଯୁକ୍ତ ନୁହେଁ କିମ୍ବା ସେଥିରେ ପାରମ୍ପରିକ ମୂଲ୍ୟବୋଧ ନାହିଁ । ଟିଭିରେ ଅଙ୍ଗ ପ୍ରଦର୍ଶନ କପଡ଼ା ଏବଂ ଦ୍ୱିଅର୍ଥବୋଧକ ସମ୍ବାଦ ଦ୍ୱାରା ଲୋକମାନଙ୍କର ନୈତିକ ପତନ ଘଟୁଛି, ତା ସହିତ ଏହାକୁ ଦେଖି ଲୋକମାନେ ମୂଲ୍ୟବାନ ସମୟର ଅପବ୍ୟବହାର କରୁଛନ୍ତି । ତେଣୁ ଆପଣ ଉଦ୍ଦେଶ୍ୟ ବିହୀନ ହୋଇ ଟିଭିର ସମସ୍ତ କାର୍ଯ୍ୟକ୍ରମ ଦେଖନ୍ତୁ ନାହିଁ କେବଳ ଯାହା ଆପଣଙ୍କ ଲକ୍ଷ୍ୟରେ ସହାୟକ ହେବ ସେହି ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଦେଖନ୍ତୁ । କେବଳ ମନୋରଂଜନରେ ମଜ୍ଜି ନିଜର ବିକାଶକୁ ଭୁଲି ଯାଆନ୍ତୁ ନାହିଁ । ବର୍ତ୍ତମାନର ଯୁବପୀଢ଼ୀ ଆଳସ୍ୟପରାୟଣ ହେବାରେ ଲାଗିଛନ୍ତି । ସେମାନେ ମନୋରଂଜନ ବି ଘରେ ବସି ବସି ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି । ସେମାନଙ୍କର ଟିଭି ଦେଖା ନିଶା ବଢ଼ି ବଢ଼ି ଚାଲିଛି । ଟିଭିରେ ପ୍ରଦର୍ଶିତ ହେଉଥିବା ଶାଶୁ-ବୋହୂର କାହାଣୀ ଜେଜେମା ଦେଖନ୍ତି ଏବଂ ସାଥୀରେ ବୋହୂ ମଧ୍ୟ ଦେଖେ । ବୁଢ଼ୀମା ଦ୍ୱାରା କାର୍ଯ୍ୟକ୍ରମ ଦେଖାଯିବା କେତେକ କ୍ଷେତ୍ରରେ କିଛି ପର୍ଯ୍ୟନ୍ତ ଠିକ୍‍ ଥାଏ କାରଣ, ତାଙ୍କର ବୟସ ଗଡ଼ି ଗଲାଣି । କିନ୍ତୁ ତାଙ୍କ କୋଳରେ ବସିଥିବା ନାତୁଣୀ ବୁଢ଼ୀମା ଦେଖୁଥିବା ସବୁ କାର୍ଯ୍ୟକ୍ରମ ଦେଖେ । ନାତୁଣୀର ବିକାଶ ଯଦି ଏହିପରି ହୁଏ, ତା’ହେଲେ ସେ ବଡ଼ ହୋଇ କିଭଳି ଜୀବନ ନିର୍ମାଣ କରିବ ? ଟିଭିରେ ପ୍ରଦର୍ଶିତ ହୁଏ ଯେ ଗୋଟିଏ ପରିବାରର ଲୋକେ ବହୁତ ଉଦାସ ଅଛନ୍ତି । ଅଚାନକ ସେମାନଙ୍କୁ ସଙ୍ଗୀତର ଶବ୍ଦ ଶୁଭେ । ସେମାନେ ଝରକା ଭିତରୁ ଦେଖନ୍ତି ଯେ ପଡୋଶୀ ଘରର ଲୋକେ କୋକା-କୋଲା ପାନ କରିବା ସହିତ ନୃତ୍ୟ ମଧ୍ୟ କରୁଛନ୍ତି ଅର୍ଥାତ୍‍ କୋକା-କୋଲା ହେଉଛି ସେମାନଙ୍କର ଖୁସିର ମନ୍ତ୍ର । ଏହା ଦେଖି ସେମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଯାଏ ଯେ ଯେଉଁମାନେ କୋକା-କୋଲା ପାନ କରନ୍ତି ସେମାନଙ୍କ ପରିବାର ଖୁସି ଏବଂ ଆନନ୍ଦରେ ଜୀନ ଯାପନ କରନ୍ତି । ଏଥିରେ ଖୁସି ନଥାଏ । ବାଜେ ବିଷୟ ପ୍ରତି ସାବଧାନ

LEAVE A REPLY

Please enter your comment!
Please enter your name here