ବଦଳିଲେ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର

0
40

ଭୁବନେଶ୍ୱର: ବଦଳିଲେ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର। ଓ୍ୱାଇ.ବି. ଖୁରାନିଆଙ୍କ ବଦଳରେ ୧୯୮୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ତଥା ପ୍ରୋଭିଜନିଂ ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍‌ କମିଶନର। ଆଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ଓ୍ୱାଇ.ବି. ଖୁରାନିଆଙ୍କୁ ଆଡ଼ିସ୍‌ନାଲ୍‌ ଡିଜିପି (ପ୍ରୋଭିଜନିଂ) ଦାୟିତ୍ୱ ଦିଆଯାଇଛି।

ସେହିପରି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ୍‌ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଏସ୍‌ପି ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। ଭଦ୍ରକ ଏସ୍‌ପି ଭାବେ ପଣ୍ଡିତ ରାଜେଶ ଉତ୍ତମ ରାଓ, କଳାହାଣ୍ଡି ଏସ୍‌ପି ଭାବେ ବାତ୍ତୁଲା ଗଙ୍ଗାଧର, ସୋନପୁର ଏସ୍‌ପି ଭାବେ ଦେବୀ ପ୍ରସାଦ ଦାଶ ଓ ନୟାଗଡ଼ ଏସ୍‌ପି ଭାବେ ଶଶିଭୂଷଣ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍ ସନ୍ଦୀପ ସମ୍ପତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି କରାଯାଇଛି।

LEAVE A REPLY

Please enter your comment!
Please enter your name here