ଦେଶରେ ପ୍ରବଳ ବର୍ଷା କ।ରଣରୁ ଗଲ।ଣି ୫୦୦ ଜୀବନ

0
68

ନୂଆଦିଲ୍ଲୀ,୨୯।୭: ବର୍ଷା ବିତ୍ପାତ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଇତିମଧ୍ୟରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ନଦୀରେ ବନ୍ୟା ଆସିବା ଯୋଗୁ ସୃଷ୍ଟି ହୋଇଛି ଆତଙ୍କ। ଆସାମରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁଜରାଟରେ ୫୨, କେରଳରେ ୧୨୫, ପଶ୍ଚିମବଙ୍ଗରେ ୧୧୬, ମହାରାଷ୍ଟ୍ରରେ ୧୩୮ ଏବଂ ଉତ୍ତରପ୍ରଦେଶରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଆସାମରେ ଏହାଦ୍ୱାରା ୧,୨୨୪ ଗାଁର ୧୦,୧୭,୯୬୮ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ସେହିପରି ଗୁଜରାଟରେ ୨୧୩ ଗାଁର ୧୫,୯୧୨ ଜଣ, କେରଳର ୨୨୩୨ ଗାଁର ୧୪,୯୭୫, ପଶ୍ଚିମବଙ୍ଗର ୧୨୬୯ ଗାଁର ୧,୬୧, ୯୩୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏସବୁ ରାଜ୍ୟରେ ପରିସ୍ଥିତିର ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here