୬୦ ହଜାର ଚ।ଷୀଙ୍କୁ ସ୍ମାର୍ଟଫୋନ୍‍

0
55

ଭୁବନେଶ୍ବର:ରାଜ୍ୟର ପ୍ରାୟ ୬୦ ହଜାର ଚାଷୀଙ୍କୁ ସରକାର ସ୍ମାର୍ଟଫୋନ୍‍ ଦେବେ । ପ୍ରତି ଜିଲ୍ଲାରୁ ୨ହଜାର କରି ଚାଷୀଙ୍କୁ ସ୍ମାର୍ଟ ମୋବାଇଲ୍‍ ଫୋନ୍‍ ଦେବାପାଇଁ ଲକ୍ଷ୍ୟ ଥିବାବେଳେ ଏଥିପାଇଁ ସରକାର ପ୍ରାୟ ୩କୋଟି ଟଙ୍କା ବ୍ୟୟ କରିବେ ।

ସମବାୟ ସମିତି ଗୁଡିକରେ ଥିବା ଅଗ୍ରଣୀ ଚାଷୀମାନଙ୍କୁ ସ୍ମାର୍ଟ ଫୋନ୍‍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଚାଷୀମାନଙ୍କୁ ସ୍ମାର୍ଟଫୋନ୍‍ ଯୋଗାଣ ଲାଗି ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି । କମିଟି ଚୂଡାନ୍ତ ନିଷ୍ପତ୍ତି ନେବାପରେ ସରକାର ଚାଷୀମାନଙ୍କୁ ସ୍ମାର୍ଟଫୋନ୍‍ ଯୋଗାଇବେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଚାଷୀମାନଙ୍କୁ ମୋବାଇଲ୍‍ ଫୋନ୍‍ ଯୋଗାଇ ଆସୁଛନ୍ତି । ହେଲେ ଏଥିରେ ଚାଷୀମାନଙ୍କୁ କେବଳ ସାଧାରଣ ଫୋନ୍‍ ମିଳୁଥିଲା । ଏବେ ସ୍ମାର୍ଟଫୋନ୍‍ ଦେବାପାଇଁ ଯୋଜନା ହୋଇଛି ।

ଚାଷୀମାନଙ୍କୁ ଏବେ ବଜାର ଦର ଠାରୁ ଆରମ୍ଭକରି ଆଗୁଆ ପାଣିପାଗ, ସାର ଓ କୀଟନାଶକ ପ୍ରୟୋଗ ଆଦି ଅଧିକାଂଶ ସୂଚନା ଏସ୍‍ଏମ୍‍ଏସ୍‍ କିମ୍ବା ଭଏସ୍‍ ମେଲ୍‍ ମାଧ୍ୟମରେ ତୁରନ୍ତ ପ୍ରଦାନ କରାଯାଉଛି । ଏଥିପାଇଁ ସ୍ମାର୍ଟଫୋନ୍‍ର ଆବଶ୍ୟକତା ଥିବା ଅନେକ ଚାଷୀ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here