ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢିଲା

0
66

ନୂଆଦିଲ୍ଲୀ: ସରକାର ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ଏକ ମାସ ପର୍ୟ୍ୟନ୍ତ ବୃଦ୍ଧି କରି ଅଗଷ୍ଟ ୩୧ କରି ଦେଇଛନ୍ତି। ଆର୍ଥିକ ମନ୍ତ୍ରଣାଳୟ ଟ୍ଵିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ଟ୍ଵିଟରେ କୁହାଯାଇଛି ଯେ ମାମଲାରେ ବିଚାର କରି ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟରେଟ୍ ଟ୍ୟାକ୍ସେଜ(ସିବିଡିଟି)ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତିଥିକୁ ୨୦୧୮ ଅଗଷ୍ଟ ୩୧ ପର୍ୟ୍ୟନ୍ତ ବଢାଇ ଦେଇଛନ୍ତି। ଗତ ବର୍ଷ ପର୍ୟ୍ୟନ୍ତ ବିଳମ୍ବରେ ରିଟର୍ଣ୍ଣ ଫାଇଲ ଦାଖଲ କଲେ କୌଣସି ଜୋରିମାନା ଲାଗୁନଥିଲା, ମାତ୍ର ଚଳିତ ବର୍ଷ ଜୋରିମାନାର ନିୟମ କରାଯାଇଛି। ମାତ୍ର ଏହା ୨୦୧୮-୧୯ ଆର୍ଥିକ ବର୍ଷରୁ ଲାଗୁ ହୋଇଛି। ସରକାର ଇନକମ ଟ୍ୟାକ୍ସ ଆକ୍ଟରେ ନୂତନ ସେକ୍ସନ ୨୩୪ଏଫକୁ ଯୋଡି ଦେଇଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ଭିତରେ ରିଟର୍ଣ୍ଣ ଫାଇଲ ନଭରିଲେ ନିୟମ ଆଧାରରେ ୧୦ ହଜାର ଟଙ୍କା ଜୋରିମାନା ଭରିବାକୁ ପଡିପାରେ। ଏଥିପାଇଁ ଏହା ଜରୁରୀ ଯେ ଆପଣ ସଠିକ୍ ସମୟରେ ନିଜର ଟିଟର୍ଣ୍ଣ ଦାଖଲ କରନ୍ତୁ।

LEAVE A REPLY

Please enter your comment!
Please enter your name here