ଗୁରୁପ୍ରିୟା ସେତୁର ଶ୍ରେୟ ଜାନକୀଙ୍କ ପାଖକୁ ଯିବା କଥା:ନିରଞ୍ଜନ

0
60

ଭୁନନେଶ୍ୱର: ଗୁରୁପ୍ରିୟା ସେତୁର ଶୁଭ ଉଦ୍ଘାଟନ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳକୁ ବାଟ ଫିଟିଛି । ଗୁରୁପ୍ରିୟା ସେତୁକୁ ନେଇ ଏବେ ରାଜନୀତିକ ବାଦବିବାଦ ଦେଖାଦେଇଛି । ମୁଖ୍ୟତଃ ସେତୁର ଶ୍ରେୟକୁ ନେଇ ଦଳମାନଙ୍କ ଭିତରେ ଟଣାଓଟରା ଦେଖାଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରୀୟା ରଖି ସେତୁ ପାଇଁ ସ୍ୱର୍ଗତଃ ଜାନକୀ ବଲ୍ଲବ ପଟ୍ଟନାୟକଙ୍କୁ ଶ୍ରେୟ ଦେଉଛନ୍ତି । ପିସିସି ସଭାପତି କହିଛନ୍ତି ଏହି ସେତୁ ପାଇଁ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉଦ୍ୟମ ହୋଇଥିଲା । ସେ ୧୯୮୨ ମସିହାରେ ଏହି ପୋଲର ଶୁଭ ଦେଇଥିଲେ । ଏଣୁ ଶ୍ରେୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମିଳିବା କଥା । କରଣ ଏହି ସେତୁ ନର୍ମାଣ ହେବା ନେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ଯଦି ବିଜେଡି ଶ୍ରେୟ ନେବାକୁ କହୁଛି ତେବେ ଯେଉଁ ସବୁ ଦିର୍ନୀତି ଓ ଭ୍ରଷ୍ଟାଚାର ହୋଇଛି ତାର ବି ଶ୍ରେୟ ନେଉ ବୋଲି ନିରଞ୍ଜନ କହିଛନ୍ତି ।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯଦି ଜାନକୀ ବଲ୍ଲଭଙ୍କର ସ୍ୱପ୍ନ ଥିଲା ତେବେ ଏହାକୁ ସାକାର କରିବା ପାଇଁ ତାଙ୍କୁ କିଏ ମନା କରିଥିଲା । ଏହି ସେତୁ ନିର୍ମାଣ ନେଇ ସବୁ ଶ୍ରେୟ ଯବାନଙ୍କ ପାଖକୁ ଯାଉ । ଯବାନମାନେ ଦିନରାତି ଜଗି ରହି ନ ଥିଲେ ଏହି ସେତୁ ସାକାର ହୋଇପାରି ନ ଥାନ୍ତା ବୋଲି ସେ କହିଛନ୍ତି ।
ବିଜେଡି ମୁଖପାତ୍ର ତଥା ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଶ୍ରେୟ କିଏ ନେବ ତାହାର ନିଷ୍ପତ୍ତି ନେବେ ରାଜ୍ୟବାସୀ ।

LEAVE A REPLY

Please enter your comment!
Please enter your name here