ରାଜଧାନୀରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

0
68

ଭୁବେନଶ୍ୱର: ଯେତେବଡ ସହର ସେତେ ଅପରାଧ ଏହି ହିସାବରେ
ରାଜଧାନୀ ପାଲଟିଲାଣି ଡ୍ରଗ୍‌ସ କାରବାରର ପେଣ୍ଠସ୍ଥଳ। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ପୁଣି ଭୁବନେଶ୍ୱରରେ ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀ ପଡ଼ିଆ ବସ୍ତିରୁ ଡ୍ରଗ୍‌ସ ଜବତ ହେଉଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉଥିଲେ ମଧ୍ୟ ଡ୍ରଗ୍‌ସ ବେପାରୀଙ୍କ କାରବାର କମୁନାହିଁ। କିଛି ଦିନ ବ୍ୟବଧାନ ପରେ ପୁଣି ସେମାନେ ବେଧଡ଼କ ଭାବେ ନିଜ କାରବାର ଆରମ୍ଭ କରି ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here