ବିଜେଡି ସରକାର ହେଉଛି ବିବୃତି ଏବଂ ଚିଠିର ସରକାର: ବିଜେପି

0
37

ଭୁବନେଶ୍ୱର: ବିଶ୍ୱ ଦରବାରରେ ରାଜ୍ୟ ସରକାର ବହୁ ଥର ନିନ୍ଦିତ ଏବଂ ଅପମାନିତ କରିଛନ୍ତି । ସ୍ୱାଭିମାନୀ ଓଡିଆଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବା ଏବଂ ଭାବାବେଗ ସହ ଖେଳିବା ଶାସକ ବିଜେଡିର ଅଭ୍ୟାସରେ ପରିଣତ ହୋଇସାରିଛି । ଆତ୍ମପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ନିଜର ଅପାରଗତାକୁ ଲୁଚାଇବା ପାଇଁ କେବଳ ମିଛ ଡ୍ରାମା କରି ସରଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ରସଗୋଲା ଜିଆଇ ମାନ୍ୟତା କଥା ଉଠିଲେ ଶାସକ ବିଜେଡିର କିଛି ନେତା ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଚୁପ୍ ଚାପ୍ ବସିଯାଆନ୍ତି । ଓଡିଶା ସରକରାଙ୍କ ତର‘ରୁ କୈଣସି ନିଦ୍ଦିଷ୍ଟ ଦାବି କରା ଯାଇନଥିବା ଜିଆଇ ଟ୍ୟାଗ କମିଟି କହିବା ପରେ ଯାଇ ରାଜ୍ୟ ସରକାର ସାମୟିକ ଭାବେ ତତ୍ପରତା ପ୍ରକାଶ କରିଥିଲେ । ତଥ୍ୟ ଖୋଜା ଚାଲିଛି ଏବଂ ଆମେ ବହୁ ଶୀଘ୍ର କମିଟିରେ ଉପସ୍ଥାପନ କରିବୁ ବୋଲି ଗଣମା୍ମମରେ ବିବୃତି ଦେଇ ବିଭାଗୀୟ ମନ୍ତ୍ରୀ ନୀରବ ରହିଯାଇଥିଲେ । ସେତେବେଳେ ଶାସକ ବିଜେଡିର ପ୍ରବକ୍ତାମାନେ ମ୍ମ ଗଣମା୍ମମର ସାମ୍ନାକୁ ଆସି ରାଜ୍ୟ ସରକାରଙ୍କ ଅପାରଗତାକୁ ଲୁଚାଇବା ପାଇଁ ବଡ ବଡ ବିବୃତି ଦେଇ ବସିଯାଇଥିଲେ । ବିଜେଡି ସରକାର ହେଉଛି ବିବୃତି ଏବଂ ଚିଠିର ସରକାର । ଏହା ଛଡା ଏହି ଅପାରଗ ସରକାରକୁ କିଛି ଜଣା ନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ଓଡିଶାର ସମ୍ମାନ ରକ୍ଷା ପାଇଁ ଆଗେଇ ଆସି ସଠିକ ନିଷ୍ପତି ନେଇ ସଠିକ ସମୟରେ କାର୍ଯ୍ୟ କରିବାକୁ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here