ଏଥର ଉଠିବ ପଡ଼ିବ ଛ।ତ୍ର ସଂସଦ ନିର୍ବାଚନ

0
99

ଭୁବନେଶ୍ବର:ଛ।ତ୍ର ସଂଗଠିତ ହେଲେ ଦେଶ ଓ ଜ।ତିର ବିକାଶ ହୋଇ ପ।ରିବ । ଉଦେଶ୍ୟ ମହତ ହେଲେ ବିକାଶ ସୁନିଶ୍ଚିତ । ସବୁ ବର୍ଷ ପରି ଏଥର ମଧ୍ୟ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଏ ବର୍ଷ ବେଶ୍‍ ସରଗରମ୍‍ ହେବ । ଚଳିତ ଶିକ୍ଷାବର୍ଷ ମଧ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭାର ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ପ୍ରମୁଖ ରାଜନୈତିକ ଦଳମାନେ ଛାତ୍ର ସଂସଦ ଦଖଲ କରି ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଚଳାଇଛନ୍ତି ।

ଏ ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଅଭାବ ଓ ଭିତ୍ତିଭୂମିର ବିକାଶକୁ ପ୍ରମୁଖ ପ୍ରସଙ୍ଗ କରି ବିଭିନ୍ନ ଦଳର ଛାତ୍ର ସଙ୍ଗଠନ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ।

ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଡିଏସ୍‍ଓ, ଏସ୍‍ଏଫ୍‍ଆଇ ଓ ଏଆଇଏସ୍‍ଏଫ୍‍ ଭଳି ଛାତ୍ର ସଙ୍ଗଠନମାନେ ଏବେ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ପରିସରରେ ନିଜ ନିଜର ଶକ୍ତି ବୃଦ୍ଧି ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।

ବିଭିନ୍ନ ଦଳରୁ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ନେତା ଓ ସେମାନଙ୍କ ପାଖ ଲୋକମାନେ ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷରେ ଛାତ୍ର ନେତାମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବାକୁ ପ୍ରସ୍ତୁତ ।

ତେବେ ସଂଖ୍ୟାଧିକ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ରେ ଏବେ କ୍ୟାଡର୍‍ ଭିତ୍ତିକ ଛାତ୍ର ସଙ୍ଗଠନଗୁଡ଼ିକର ଉପସ୍ଥିତି ବିଶେଷ ଭାବେ ଦୃଶ୍ୟମାନ ହେଉନଥିବାରୁ ଘୋଡ଼ା ଦୌଡ଼ରେ ବାଜି ଲଗାଇବା ଭଳି ଅନେକ ନେତା ଏକାଧିକ ଛାତ୍ର ନେତାଙ୍କ ପଛରେ ପଇସା ଖଟାଇବାକୁ ପୂରା ପ୍ରସ୍ତୁତ ।

ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଯେତେସବୁ ସମସ୍ୟା ରହିଛି ତାହାର ନିଶ୍ଚୟ ସମାଧାନ କରାଯିବ ବୋଲି ସରକାରୀ ଦଳ ସମର୍ଥିତ ଛାତ୍ର ନେତାମାନେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିରୋଧୀ ପକ୍ଷର ଛାତ୍ର ସଙ୍ଗଠନର ନେତାମାନେ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ମରୁଡ଼ି ଓ ଅନ୍ୟ ଭିତ୍ତିଭୂମି ଅଭାବକୁ ପ୍ରମୁଖ ପ୍ରସଙ୍ଗ କରୁଛନ୍ତି ।

ଉକ୍ରଳ, ସମ୍ବଲପୁର, ବ୍ରହ୍ମପୁର, ରେଭେନ୍ସା, ଉତ୍ତର ଓଡ଼ିଶା, ଫକୀରମୋହନ, ଖଲ୍ଲିକୋଟ, ଗଙ୍ଗାଧର ମେହେର, ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଦିରେ ଏବେ ନିର୍ବାଚନ ମାହୋଲ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । ଏଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବ ଛାତ୍ର ସଂସଦ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ରହୁଛି ।

ଏହାଛଡ଼ା ରାଜ୍ୟର ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ କଲେଜଗୁଡ଼ିକରେ ବି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବ ପ୍ରସଙ୍ଗକୁ ନେଇ ବିଭିନ୍ନ ସଙ୍ଗଠନର ଛାତ୍ର ନେତାମାନେ ସକ୍ରିୟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏମାନଙ୍କ ପଛରେ ବହୁ କ୍ଷେତ୍ରରେ ରାଜନୈତିକ ପୃଷ୍ଠପୋଷକତା ସ୍ପଷ୍ଟ ବାରି ହୋଇପଡ଼ୁଛି ।

କେତେକ ଉଚ୍ଚଶିକ୍ଷାନୁଷ୍ଠାନରେ ଏବେଠାରୁ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ପରିଚିତି ଜାହିର କରିବା ପାଇଁ ବଡ଼ ବଡ଼ ଆକର୍ଷଣୀୟ ହୋଡିଂ ଲଗାଇଲେଣି ।

ଏଠାରେ ଉଲ୍ଲେଖନୀୟ ଯେ ସମଗ୍ର ରାଜ୍ୟରେ ଏବେ ଗୋଟିଏ ଦିନରେ ଛାତ୍ର ସଂସଦ ନିର୍ବାଚନ ହେଉଛି ଏବଂ ଲିଙ୍ଗ୍‍ଡୋ କମିଶନଙ୍କ ସୁପାରିଶ ଆଧାରରେ ଛାତ୍ର ସଂସଦ ନିର୍ବାଚନର ପ୍ରାର୍ଥୀମାନେ କ’ଣ କରିବେ ଓ ନ କରିବେ ସେ ସଂକ୍ରାନ୍ତରେ ସରକାର ମଧ୍ୟ ମାର୍ଗନିର୍ଦ୍ଦେଶିକା ପ୍ରତିବର୍ଷ ଜାରି କରୁଛନ୍ତି । ସବୁ ପରେବି ଚଳିତ ବର୍ଷ ଛ।ତ୍ର ସଂସଦ
ନିର୍ବାଚନ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here