ପ୍ରଧାନମନ୍ତ୍ରୀ ପଦ ନେଇ ଚର୍ଚ୍ଚାରେ ନୀବନ

0
126

ଭୁବନେଶ୍ୱର:୨୦୧୯ ନିର୍ବାଚନରେ କିଏ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତାକୁ ନେଇ ଜାତୀୟ ରାଜନୀତି ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଶାନ୍ତ କିଶୋର କିଛି ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଉଲ୍ଲେଖ କରି ୱେବସାଇଟରେ ଛାଡ଼ିଛନ୍ତି । ଏଥିରେ ଭୋଟିଂ ପାଇଁ ଆହ୍ୱାନ ଦିଆଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଥିବାରୁ ଜାତୀୟ ଗଣମାଧ୍ୟମରେ ସେ ଚର୍ଚ୍ଚାକୁ ଆସିଛନ୍ତି । ବିଜେପି ଏହାକୁ ସମାଲୋଚନା କରିଛି । ନବୀନଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛି । କଂଗ୍ରେସ ନବୀନଙ୍କ ପାଇଁ ଖୁସି ପ୍ରକଟ କରିଥିଲା ବେଳେ ବିଜେଡି ନବୀନଙ୍କ ଭାବମୂର୍ତ୍ତି ତାଙ୍କୁ ଏହି ଚର୍ଚ୍ଚାକୁ ଆଣିଥିବା କଥା କହିଛି । ପ୍ରଶାନ୍ତ କିଶୋର ଛାଡ଼ିଥିବା ଏହି ୱେବସାଇଟରେ ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଉଲ ଗାନ୍ଧି, ଶରତ ପାୱାର, ସୀତାରାମ ୟେଚୁରୀ, ଅଖିଳେଶ ଯାଦବ, ଅରବିନ୍ଦ କେଜରିୱାଲ, ଏଚଡି ଦେବେଗୌଡ଼ା, ମମତା ବାନାର୍ଜୀ ଓ ମାୟାବତୀଙ୍କ ନାଁ ଉଲ୍ଲେଖ ରହିଛି । ଭାରତୀୟମାନେ ଏମାନଙ୍କ ଭିତରୁ କାହାକୁ ପସନ୍ଦ କରନ୍ତି ଭୋଟିଂ ମାଧ୍ୟମରେ ମତ ପ୍ରକାଶ କରିବାକୁ କୁହାଯାଇଛି ।
ନୀବୀନ ଙ୍କ ନାଁ ଏହା ପୂର୍ବରୁ ମଧ୍ୟ ଏକଧିକ ବାର ଚର୍ଚ୍ଚାକୁ ଆସିଛି । ଯେତେବେଳେ ଏ ବିଷୟ ପଦାକୁ ଆସେ ଓ ରାଜନୀତିକ ହଟଚମଟ ସୃଷ୍ଟି ହୁଏ ସେତେବେଳେ ନବୀନ ତାଙ୍କ ମତ ସ୍ପଷ୍ଟ କରିଥାନ୍ତି । ଜାତୀୟ ରାଜନୀତିରେ ତାଙ୍କର ଆଗ୍ରହ ନାହିଁ । ଓଡ଼ିଶା ଲୋକଙ୍କ ସେବା କରିବା ପାଇଁ ତାଙ୍କର ଆଗ୍ରହ ରହିଛି । ଓଡ଼ିଶା ଛାଡ଼ି ଜାତୀୟ ରାଜନୀତିରେ ଫସିବା ପାଇଁ ସେ ଚାହୁଁନି । ଏକଥା ନବୀନ ସ୍ପଷ୍ଟ କରିଦେଇଛନ୍ତି । ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା ହେବା ପରେ ବିଜେପିର ସାଧାରଣ ସମ୍ବାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଉତ୍ତରପ୍ରଦେଶରେ ମାୟାବତୀଙ୍କୁ କେହି ଭଲ ପାଉନାହାଁନ୍ତି । ସେଠାରେ ସେ ବିଫଳ ହୋଇଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଅବସ୍ଥା ମଧ୍ୟ ପେରି ହୋଇଛି । ସେଠି ତାଙ୍କୁ ଲୋକେ ଗ୍ରହଣ କରୁନାହାଁନ୍ତି । ସେମାନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ତାଲିକାରେ ଲେଖାଯାଇଛି । ଏଠି ଆମ ମୁଖ୍ୟମନ୍ତୀ ଯିଏ ଅଛନ୍ତି ନବୀନ ପଟ୍ଟନାୟକ ସେ ନିଜ ରାଜ୍ୟକୁ ଠିକ ଭାବରେ ଚଲାଇ ପାରୁନାହାଁନ୍ତି । ଋଣଭାର ବଢ଼ିବଢ଼ି ଚାଲିଛି । କାଲି ଯିଏ ଜନ୍ମହେବ ସେ ମୁଣ୍ଡରେ ଋଣ ଭୋଝ ନେଇ ଜନ୍ମ ହେବ । ସବୁଆଡେ ବିଶୃଙ୍ଖଳା ଦେଖାଦେଇଛି । ଯେଉଁ ବ୍ୟକ୍ତି ରାଜ୍ୟ ଚଳାଇ ପାରୁନାହାଁନ୍ତି, ସେ ଦେଶ କ’ଣ ଚଳାଇବେ । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କେହି ବିକଳ୍ପ ନାହିଁ । ଲୋକେ ବିକାଶ ସହିତ ଅଛନ୍ତି,୨୦୧୯ରେ ପୁଣି ଥରେ ପ୍ରମାଣ କରିବେ ବୋଲି ସେ କହିଛନ୍ତି ।
ବିଜେଡି ମୁଖପାତ୍ର ବିଧାୟକ ସମୀରରଞ୍ଜନ ଦାସ କହିଛନ୍ତି ଆମ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ଶ୍ରେଷ୍ଠ ପ୍ରଶାସକ ବି ହୋଇଛନ୍ତି । ଲଗାତାର ଭାବେ ରାଜ୍ୟ ଶାସନରେ ଅଛନ୍ତି । ଏଣୁ ଏହା ଖାଲି ରାଜ୍ୟରେ ନୁହେଁ , ଦେଶରେ ଦେଶବାହାରେ ସେ ତାଙ୍କର ସ୍ୱଚ୍ଛତା ପାଇଁ ପରିଚିତ ଅଛନ୍ତି । ତାଙ୍କୁ ଲୋକେ ଗ୍ରହଣକରୁଛନ୍ତି ଏଥିପାଇଁ ବାରମ୍ବାର ଓଡ଼ିଶାର ଲୋକେ ସମର୍ଥନ ଦେଉଛନ୍ତି । ଲୋକଙ୍କ ଭା ପାଇବା ତାଙ୍କ ପ୍ରତି ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ କହିସାରିଛନ୍ତି ସେ ଜାତୀୟ ରାଜନୀତିରେ ନୁହେଁ ରାଜ୍ୟରେ ସେବା କରିବେ ଏବଂ ଏହାକୁ ଅଗ୍ରାଧିକାର ଦେବେ । ହେଲେ ତାଙ୍କ ନାଁ ଜାତୀୟ ରାଜନୀତିରେ ଚର୍ଚ୍ଚାହେଉଛି । ଏଥିରେ ଓଡ଼ିଶାବାସୀ ଗର୍ଭ ଅନୁଭବ କରିବା କଥା ବୋଲି ସେ କହିଛନ୍ତି ।
କଂଗ୍ରେସ ନେତା ଆର୍ଯ୍ୟ କମାର ଜ୍ଞାନେନ୍ଦ୍ର କହିଛନ୍ତି । ନୀବନ ବାବୁ ହେଲେ ଭଲକଥା । ତାଙ୍କ ବାପା ହୋଇପାରି ନ ଥିଲେ । ଏଣୁ ସେ ଓଡ଼ିଶାର ଲୋକ ଭାବେ ପ୍ରଧାନମନ୍ତ୍ରୀ ହେଲେ ତାଙ୍କୁ ସର୍ଥନ କରିବୁ । କିନ୍ତୁ ଏହି ବାବଦରେ ଆମେ ଏବେ କିଛି ନିଷ୍ପତ୍ତି ନେଇପାରିବୁ ନାହିଁ । ଏ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ନେବ । ରାହୁଲ ଗାନ୍ଧି ଯଦି ପ୍ରଧାନମନ୍ତ୍ରୀ ନ ହୁଅନ୍ତି ତେବେ ସେ କ୍ଷେତ୍ରରେ ଦଳ ତାର ନିଷ୍ପତ୍ତି ନେବ । କିନ୍ତୁ ଓଡ଼ିଶା ଲୋକ ହିସ।ବରେ ଆମର ସମର୍ଥନ ଅଛି ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here