ଏସଆର କମ୍ପାନୀର ଧୋକ।

0
40

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ସ୍ଳରୀ ପାଇପ ଯୋଗେ ଲୁହାପଥର ଗୁଣ୍ଡ ପରିବହନ କରୁଥିବା ଏସ‌୍‍.ଆର. କମ୍ପାନୀର ମନମାନୀ ତଥା ଅଞ୍ଚଳବାସୀଙ୍କ ପ୍ରତି ପ୍ରତାରଣା ପ୍ରତିବାଦରେ ଦୁବୁନା, କାଳୀମାଟି ଆଦି ୪/୫ଟି ଗ୍ରାମର ପୁରୁଷ ମହିଳାମାନେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି।

କମ୍ପାନୀ କତୃର୍ପକ୍ଷ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ଥାୟୀ ନିଯୁକ୍ତିକୁ ଜାଣିଶୁଣି ଏଡାଇଯିବା ସହ ପ୍ରତାରଣା କରୁଥିବା ସଂପର୍କରେ ସେମାନଙ୍କ ପକ୍ଷରୁ ବାରମ୍ୱାର ପ୍ରଶାସନକୁ ଅବଗତ କାଯାଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରିନାହିଁ। ଫଳରେ ଅତିଷ୍ଠ ହୋଇ ଦାବୀ ପୁରଣ ପାଇଁ ସେମାନେ ଆମରଣ ଅନଶନ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ତଥା ପ୍ରଭାବିତ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଉନ୍ନତି ନାମରେ ଜଣେ ରାଜନେତା ଓ ତାଙ୍କ ସହେଯାଗୀଙ୍କୁ ଏହି ଏସ‌୍‍.ଆର. କମ୍ପାନୀ ବାର୍ଷିକ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ଉଭୟଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତିନାମାରୁ ଜଣାପଡିଛି। ଏଭଳି ସ୍ଥିତିରେ ଉକ୍ତ ଟଙ୍କା ଯାଉଛି କୁଆଡେ ସେନେଇ ପ୍ରଶ୍ନ ଉଠିବା ସ୍ୱଭାବିକ।

ପ୍ରକାଶ ଥାଉକି, ଯୋଡା ବ୍ଳକ ଅନ୍ତର୍ଗତ ଦୁବୁନା ଠାରେ କମ୍ପାନୀର ପ୍ଳାଣ୍ଟ ଓ ଅଫିସ ରହିଥିବା ବେଳେ ଝୁମ୍ପୁରା ବ୍ଳକ ଅନ୍ତର୍ଗତ ବସନ୍ତପୁର ଠାରେ ବୈତରଣୀ ନଦୀ ଅବବାହୀକାରେ ଇନଟେକ େୱଲ କରି କମ୍ପାନୀ ନଦୀରୁ ପାଣି ନେଉଛି। କିନ୍ତୁ କମ୍ପାନୀ ପ୍ରାୟତଃ ତାର ସମାଜିକ ଦାୟିତ୍ୱବୋଧକୁ ଅଣଦେଖା କରିଆସୁଥିବା ସଂପର୍କରେ ବାରମ୍ୱାର ଅଭିଯୋଗମାନ ହୋଇ ଆସୁଛି। ଏପରି କି କମ୍ପାନୀ ପକ୍ଷରୁ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ବସନ୍ତପୁର ଓ ଦୁବୁନାଠାରେ ଦୁଇଟି ଡିସପେନ୍ସସରୀ ଖୋଲିଥିଲେ ମଧ୍ୟ ଏଥିପାଇଁ ରହିଛନ୍ତି ମାତ୍ର ଜଣେ ଡାକ୍ତର। ଗତ ବର୍ଷାଧିକାଳ ହେବ ବସନ୍ତପୁରସ୍ଥିତ ଡିସପେନ୍ସସରୀକୁ ଔଷଧ ଯୋଗାଣ ବନ୍ଦ କରାଯିବା ପରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସେହିପରି ବିନା ରେଜିଷ୍ଟ୍ରେସନରେ ବର୍ଷ ବର୍ଷ ଧରି ଚାଲିଥିବା ଦୁବୁନାସ୍ଥିତ ଡିସପେନ୍ସରୀକୁ ମଧ୍ୟ ଆବଶ୍ୟକ ଔଷଧ ଯୋଗାଣ କରାଯାଉ ନଥିବାରୁ ଆସୁଥିବା ରୋଗୀମାନେ ନିରାଶରେ ଫେରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବ୍ୟବସ୍ଥାକୁ ପଦାରେ ପକାଇଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସବୁ ଜାଣିଶୁଣି ମଧ୍ୟ ଜିଲ୍ଲା ପ୍ରଶାସନ କତୃର୍ପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଯାହାକି ସାଧାରଣଜନତାଙ୍କ ଅସନ୍ତୋଷକୁ ତୀବ୍ର କରିଛି ।

LEAVE A REPLY

Please enter your comment!
Please enter your name here