୧୫ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ କର।ଇବେ ର।ଜ୍ୟ ସରକାର

0
70

ଭୁବନେଶ୍ବର:ଚଳିତବର୍ଷ ରାଜ୍ୟର ୧୫ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ କରିବାପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ତୁରନ୍ତ ଏହା କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ସମବାୟ ସମିତି ସମୂହର ଉପନିବନ୍ଧକ ଓ ସହକାରୀ ନିବନ୍ଧକ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକମାନଙ୍କୁ ୨୦୧୮-୧୯ ବର୍ଷ ପାଇଁ ଧାନ କ୍ରୟ ଉଦ୍ଦେଶ୍ୟରେ ତୁରନ୍ତ ପଞ୍ଜିକରଣ ପାଇଁ କହିଛନ୍ତି ।

୨୦୧୭ ଖରିଫ ଋତୁରେ ୧୧ଲକ୍ଷ ୨୦ ହଜାର ୨୪୪ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଚଳିତବର୍ଷ ୧୫ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ ପାଇଁ ଲକ୍ଷ୍ୟ ରହିଛି ।

ଚାଷୀ ପଞ୍ଜୀକରଣ ସଚେତନତା ରଥ ମାଧ୍ୟମରେ ପ୍ରତି ଗ୍ରାମର ଚାଷୀମାନଙ୍କୁ ସଚେତନ କରାଯିବ । ସମବାୟ ବିଭାଗ ପକ୍ଷରୁ ରାଜ୍ୟରେ ନୂଆକରି ବିଭିନ୍ନ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଓ ସେମାନଙ୍କ ଅଧିନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୧୪,୭୭୮ ଟି ଯୁଗ୍ମ ଦେୟ ଗୋଷ୍ଠିକୁ ପଞ୍ଜିକୃତ କରାଯାଇଥିବାବେଳେ ୧୦,୭୨୨ଟି ଗୋଷ୍ଠିଙ୍କୁ ଋଣପ୍ରଦାନ କରାଯାଇଛି ।

ସମବାୟ ଆପଣଙ୍କ ଦ୍ୱାର କାର୍ଯ୍ୟକ୍ରମ ଅର୍ନ୍ତଗତ ପ୍ରତ୍ୟେକ ପ୍ୟାକ୍‍ସ ଅନ୍ତତଃ ପକ୍ଷେ ୧୦ଟି ଗୋଷ୍ଠିକୁ ଋଣ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ସମବାୟ ସମିତି ଗୁଡିକ ବର୍ତ୍ତମାନ ସୁଦ୍ଧା ଅନ୍ତତଃ ପକ୍ଷେ ୧୦ଟି ଗୋଷ୍ଠିକୁ ଋଣ ପ୍ରଦାନ କରିନାହାନ୍ତି ସେମାନଙ୍କ ତାଲିକା ଜିଲ୍ଲାରେ କାର୍ଯ୍ୟରତ ସମବାୟ ବିଭାଗର ଅଧିକାରୀମାନେ ତୁନର୍ତ ସମବାୟ ବିଭାଗକୁ ଜଣାଇବାକୁ କୁହାଯାଇଛି ।

ଜିଲ୍ଲା ଅଧିକାରୀଙ୍କ ସହିତ ଭିଡିଓ କନ୍‍ଫରେନ୍‍ସିଂରେ ଜରିଆରେ ଅନୁଷ୍ଠିତ ଏହି ଆଲୋଚନାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ବୀର ବିକ୍ରମ ଯାଦବ ଓ ସମବାୟ ବିଭାଗର କମିଶନର ରଞ୍ଜନା ଚୋପ୍ରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here